ବାଣୀବିହାରରେ ଉତ୍ତେଜନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ୧୦ ଦଫା ନେଇ ଆଜି ବାଣୀବିହାରରୁ ଛାତ୍ରଛାତ୍ରମାନେ କୁଳପତିଙ୍କ କାର୍ଯ୍ୟାଳୟକୁ ପଶି ଦାବି ପୂରଣ ପାଇଁ ନାରାବାଜି ଦେଇଥିଲେ। ଏଥିରେ ୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ସାମିଲ ଥିଲେ।

ସୂଚନା ଅନୁଯାୟୀ ପୂର୍ବରୁ ଛାତ୍ର ଓ ଛାତ୍ରୀ ନିବାସର ବିଭିନ୍ନ ସମସ୍ୟାର ସମାଧାନ ଓ ଉନ୍ନତି କରଣ ପାଇଁଛାତ୍ରଛାତ୍ରମାନେ ଦାବି କରିଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିଲେ। ଏନେଇ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ଆଜି ଆନ୍ଦୋଳନ କରିଛନ୍ତି। ଏହି ସମୟରେ ଘଟଣାସ୍ଥଳରେ ସହିଦନଗର ପୁଲସ ପହଞ୍ଚି ବୁଝସୁଝା କରିଥିଲେ। ପରି ପୁଲିସ ଓ ଛାତ୍ରଛାତ୍ରୀ ମୁହାଁମୁହିଁ ହୋଇଥିଲା। ଦୀର୍ଘ ସମୟ ଧରି ପୁଲିସ ଓ ଛାତ୍ରଛାତୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ପହଞ୍ଚିଲେ ଡିସିପି ଅନୁପ ସାହୁ। ବାଘର