ଭାରତରେ ବାଂଲାଦେଶୀ ଆତଙ୍କବାଦୀ ସକ୍ରିୟ

ନୂଆଦିଲ୍ଲୀ: ଭାରତରେ ବାଂଲାଦେଶୀ ସକ୍ରିୟ ଥିବା ଜଣାଯାଇଛି। ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ ଜମାତ– ଉଲ୍‌ ଭାରତରେ କାୟା ବିସ୍ତାର କରୁଥିବାବେଳେ ବିହାର, କର୍ଣ୍ଣାଟକ, କେରଳ ଏବଂ ମହାରାଷ୍ଟ୍ରରେ  ସେମାନଙ୍କର ପ୍ରଭାବ ଦେଖାଯାଉଥିବା ସୋମବାର ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସିର(ଏନ୍‌ଆଇଏ) ମହାନିର୍ଦେଶକ ଯୋଗେଶ ଚନ୍ଦର୍‌ ମୋଦୀ ସୂଚନା ଦେଇଛନ୍ତି।

ଆଜି ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ସବୁ ରାଜ୍ୟର ଆଣ୍ଟି ଟେର୍‌ ସ୍କ୍ଵାଡ (ଏଟିଏସ୍‌) ଏବଂ ସ୍ପେସାଲ୍‌ ଟାସ୍କ୍‌ ଫୋର୍ସ(ଏସଟିଏଫ୍‌ମୁଖ୍ୟମାନଙ୍କ ଦୁଇ ଦିନିଆ ବୈଠକରେ ଆୟୋଜିତ ହୋଇଛି। ଏହି ପରିପ୍ରେକ୍ଷୀରେ ଯୋଗେଶ କହିଛନ୍ତି ଯେ ବାଂଲାଦେଶୀ ପ୍ରବାସୀଙ୍କ ନାମରେ ଏହି ଆତଙ୍କବାଦୀମାନେ ଅପରାଧିକ କାର୍ଯ୍ୟକଳାପଚଳାଉଛନ୍ତି। ଆସାମ- ମେଘାଳୟ କ୍ୟାଡର୍‌ର ୧୯୮୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଓ୍ଵାଇସି ମୋଦୀ କହିଛନ୍ତି ଜମାତ– ଉଲ୍‌ ୨୫ ଜଣ ‘ମୋଷ୍ଟ ୱାଣ୍ଟେଡ୍‌’ ଆତଙ୍କବାଦୀମାନଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କର ସନ୍ଧାନ ପାଇଁ ସମସ୍ତ ରାଜ୍ୟରେ ପ୍ରସାରଣ କରାଯାଇଛି।

ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ୍‌ ମଧ୍ୟ ଏହି ବୈଠକରେ ଭାଷଣ ଦେଇ କହିଛନ୍ତି ଯେ ଏ ପର୍ଯ୍ୟନ୍ତଅନ୍ୟ ଯେକୌଣସି ଏଜେନ୍‌ସି ଅପେକ୍ଷା ଏନ୍‌ଆଇଏ ଆତଙ୍କକୁ ଅଧିକ ପ୍ରଭାବିତ କରିପାରିଛି। ଅତି ବିଜ୍ଞତାର ସହ ସେମାନେ ମାମଲାଗୁଡ଼ିକର ଅନୁସରଣ କରୁଛନ୍ତି। ସେମାନଙ୍କର ପ୍ରଭାବ ମଧ୍ୟ ଏହି ମାମଲାରେ ସବୁଠୁ ଅଧିକ। ଏପ୍ରିଲ୍‌ ୧୯୯୮ରେ ଢାକାନିକଟ ପାଲମପୁରରେ ଶାୟାଖ ଅବ୍ଦୁର ରହମନ୍‌ଙ୍କ ଦ୍ୱାରା ସଂସ୍ଥାପିତ ଜେୟୁଏମ୍‌କୁ ଫେବୃଆରୀ ୨୦୦୫ରେ ବାଂଲାଦେଶ ସରକାର ନିଷିଦ୍ଧ କରିଥିଲେ।