ମୁଶଫିକରଙ୍କ ଅପରାଜିତ ଅର୍ଦ୍ଧଶତକ: ଭାରତ ବିପକ୍ଷରେ ବାଂଲାର ପ୍ରଥମ ଟି-୨୦ ବିଜୟ

ନୂଆଦିଲ୍ଲୀ: ଏଠାକାର ଅରୁଣ ଜେଟଲୀ ଷ୍ଟାଡିୟମରେ ଚଳିତ ଭାରତ-ବାଂଲାଦେଶ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବିଜୟୀ ହୋଇ ଭ୍ରମଣକାରୀ ଦଳ ଐତିହାସିକ ସଫଳତା ପାଇଛି। ଅଭିଜ୍ଞ ୱିକେଟ୍ କିପର୍-ବ୍ୟାଟ୍ସମ୍ୟାନ୍ ମୁଶଫିକର୍ ରହିମଙ୍କ ଅପରାଜିତ ଅର୍ଦ୍ଧଶତକ ମାଧ୍ୟମରେ ବାଂଲାଦେଶ ଭାରତ ବିପକ୍ଷରେ ନବମ ଟି-୨୦ ମ୍ୟାଚ୍ ରେ ପ୍ରଥମ ଥର ପାଇଁ ବିଜୟ ହାସଲ କରିଛି।

ପ୍ରଥମେ ବ୍ୟାଟିଂ ସୁଯୋଗ ପାଇ ଭାରତ ୬ ୱିକେଟ୍ରେ ୧୪୮ ରନ୍ କରିଥିବା ବେଳେ ବାଂଲାଦେଶ ୭ଟି ୱିକେଟ୍ ଓ ୩ଟି ବଲ୍ ବାକି ଥିବା ବେଳେ ବିଜୟଲକ୍ଷ୍ୟରେ ପହଞ୍ଚିଯାଇଛି। ମାତ୍ର ୪୩ଟି ବଲ୍ରେ ୮ଟି ଚୌକା ଓ ଗୋଟିଏ ଛକା ଜରିଆରେ ୬୦ ରନ୍ କରିଥିବା ମୁଶଫିକର୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ସ୍କୋର୍ବୋର୍ଡ
ଭାରତ-୧୪୮/୬(୨୦ ଓଭର୍): ରୋହିତ ଶର୍ମା ଏଲ୍ବିଡବ୍ଲ୍ୟୁ ବୋ. ଶଫିଉଲ୍ ଇସଲାମ୍ ୯, ଶିଖର ଧୱନ୍ ରନ୍ଆଉଟ୍ ୪୧, ଲୋକେଶ ରାହୁଲ୍ କ୍ୟା. ମହମ୍ମଦୁଲଲା ବୋ. ଅମିନୁଲ୍ ଇସଲାମ୍ ୧୫, ଶ୍ରେୟସ୍ ଆୟର୍ କ୍ୟା. ମହମ୍ମଦ ନଇମ୍ ବୋ. ଅମିନୁଲ୍ ଇସଲାମ୍ ୨୨, ଋଷଭ ପନ୍ତ୍ କ୍ୟା. ମହମ୍ମଦ ନଇମ୍ ବୋ. ଶଫିଉଲ୍ ଇସଲାମ୍ ୨୭, ଶିବମ୍ ଦୁବେ କ୍ୟା-ବୋ. ଆତିଫ୍ ହୋସେନ୍ ୧, କୃନାଲ୍ ପାଣ୍ଡ୍ୟା ଅପରାଜିତ ୧୫, ୱାଶିଂଟନ୍ ସୁନ୍ଦର ଅପରାଜିତ ୧୪, ଅତିରିକ୍ତ ୪
ବୋଲିଂ: ଶଫିଉଲ୍ ଇସଲାମ୍ ୪-୦-୩୬-୨, ଅଲ୍-ଅମିନ୍ ହୋସେନ୍ ୪-୦-୨୭-୦, ମୁସ୍ତାଫିଜୁର୍ ରହମାନ୍ ୨-୦-୧୫-୦, ଆମିନୁଲ୍ ଇସଲାମ୍ ୩-୦-୨୨-୨, ଆତିଫ୍ ହୋସେନ୍ ୩-୦-୧୧-୧, ମୋସାଡେକ୍ ହୋସେନ୍ ୧-୦-୮-୦, ମହମ୍ମଦୁଲ୍ଲା ୧-୦-୧୦-୦।