ବାଂଲାଦେଶ ପ୍ରତିରକ୍ଷା ସଚିବଙ୍କ କରୋନାରେ ମୃତ୍ୟୁ

ଢାକା,ଏଜେନ୍ସି:  କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବାଂଲାଦେଶ ପ୍ରତିରକ୍ଷା ସଚିବ ଅବଦୁଲ୍ଲା ଅଲ୍ ମୋହାସିନ୍ ଚୌଧୁରୀଙ୍କର ସୋମବାର ୫୭ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ଢାକା ସ୍ଥିତ ଆର୍ମି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ସେ ଅସୁସ୍ଥ ହୋଇ ମେ’ ୨୯ରେ ହସ୍ପିଟାଲ୍ରେ ଉର୍ତ୍ତି ହୋଇଥିଲେ। ଜୁନ୍ ୬ରେ ସେ କୋଭିଡ୍-୧୯ରେ ଆକ୍ରାନ୍ତ ଥିବା ନେଇ ଜଣାପଡ଼ିଥିଲା। ଜୁନ୍ ୧୮ରେ ତାଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା।