ବାଙ୍ଗଲାଦେଶ ପ୍ରଧାମନ୍ତ୍ରୀଙ୍କ୍ ୪ଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ,ଏଜେନ୍ସି: ୪ ଦିନିଆ ଭାରତ ଗସ୍ତରେ ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ବିଶ୍ୱ ଅର୍ଥନୈତିକ ଫୋରମ୍ ର ଅର୍ଥନୈତିକ ସମିଟରେ ଶେଖ୍ ହସିନା ଯୋଗଦେବେ । ଗୁରୁବାର ସେ ନୂଆଦିଲ୍ଲରେ ପହଞ୍ଚି ଏନଆରସି ଦ୍ୱାରା ବାଙ୍ଗଲାଦେଶକୁ କୌଣସି ଅସୁବିଧା ନଥିବା କହିଥିଲେ । ସେହିପରି ଏ ନେଇ ସେ ନ୍ୟୁୟର୍କର ରାଷ୍ଟ୍ରୀୟ ମହାସଭା ଅଧିବେଶନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥାବାର୍ତ୍ତା ହୋଇସାରିଛନ୍ତି । ଆପଣଙ୍କୁ କହିରଖୁଛୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହେବା ପୂର୍ବରୁ ଏହି ବିଷୟରେ ସବୁ କଥାବାର୍ତ୍ତା ସରିଛି । ଭାରତ ସରକାର ଏନଆରସି ଜରିଆରେ ପ୍ରବେଶକାରୀଙ୍କ ପରିଚୟ ଖୋଜିବାକୁ ଚେଷ୍ଟା କରୁଛନ୍ତି ।

ଏକ ଖବରକାଗଜ ମୁତାବକ , ଯେତେବେଳେ ଶେଖ୍ ହସିନାଙ୍କୁ ପ୍ରଶ୍ନ କରାଗଲା ଯେ ସେ କ’ଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଶ୍ୱାସନାରେ ସନ୍ତୁଷ୍ଟ ଅଛନ୍ତି? ଏହି କଥାରେ ସେ କହିଥିଲେ , ମୋତେ ଏବଂ ବାଙ୍ଗଲାଦେଶକୁ ଏନଆରସି ଯୋଗୁଁ କୌଣସି ଅସୁବିଧା ହେଲା ଭଳି ଦେଖାଯାଉନାହିଁ । ଏ ବିଷୟରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା କରିସାରିଛି ବୋଲି କହିଛନ୍ତି।