ବାନ୍ଦିପୁରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୨ଆତଙ୍କବାଦୀ ନିହତ, ଜଣେ ଯବାନ ସହିଦ 

କାଶ୍ମୀର,ଏଜେନ୍ସି: ଉତ୍ତର କାଶ୍ମୀରରବାନ୍ଦିପୁର ଜିଲ୍ଲାରେ ରବିବାର ରାତିରେ ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୋମବାର  ପୂର୍ବାହ୍ନ ୯ଟା ସୁଦ୍ଧା ଏନକାଉଣ୍ଟର ଜାରି ରହିଥିବାବେଳେ ଏଥିରେ ଜଣେ ଯବାନ ସହିଦ ହୋଇଥିବା ଜଣାପଡ଼ିଛି। ବାନ୍ଦିପୁର ଜିଲ୍ଲାର ଲାଡୁରା ଗାଁରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ପରେ ଆତଙ୍କବାଦୀମାନେ ପୁଲିସକୁ ଦେଖି ସେମାନଙ୍କ ଉପରକୁ ଗୁଳିଚାଳନ କରିଥିଲେ। ପରେ ଏହାର ଜବାବରେ ସୁରକ୍ଷାକର୍ମୀମାନେଆତଙ୍କବାଦୀଙ୍କ ଉପରେ ଗୁଳିଚାଳନା କରିଥିଲେ। ଏଥିରେ ଗତକାଲି ଜଣେ ଆତଙ୍କବାଦୀ ନିହତ ହୋଇଥିବାବେଳେ ଆଜି ଆଉ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି। ଥିଲା। ଅନ୍ୟ ଆତଙ୍କୀମାନେ ଯେପରି ଖସି ନଯାଆନ୍ତି ସେ ନେଇ ପୁରାଗାଁ’କୁ ସିଲ୍‌ କରିଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଜଣେ ଯବାନ ସହିଦ ହୋଇଥିବା ଜଣାପଡ଼ିଛି।