କରୋନା ଯୋଧ୍ୟାଙ୍କ ସମ୍ମାନର୍ଥେ ମୁନିଗୁଡ଼ାରେ ଉତ୍କଳ ସଙ୍ଗୀତ ଗାନ ଓ ସମ୍ବର୍ଦ୍ଧନା

ମୁନିଗୁଡା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକର ବିଭିନ୍ନ ସରକାରୀ ବେସରକାରୀ ସଂସ୍ଥା, ଯୁବକ ସଙ୍ଘ, ରାଜନୈତିକ ଦଳ, ସାମାଜିକ ଅନୁଷ୍ଠାନ ଓ ଗଣମାଧ୍ୟମ ତରଫରୁ ଅପରାହ୍ଣ ୫ଟା ୩୦ରେ ଉତ୍କଳ ସଙ୍ଗୀତ ଗାନ କରାଯାଇ ରାଜ୍ୟର ସମସ୍ତ କରୋନା ଯୋଧ୍ୟାମାନଙ୍କୁ ସମ୍ମାନ ଜଣାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ କ୍ରମେ ସାରା ରାଜ୍ୟରେ ନିର୍ଦ୍ଧିଷ୍ଟ ସମୟରେ ଉତ୍କଳ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ସ୍ଥିର ହୋଇଥିଲା। ଏହି ପରିପ୍ରେକ୍ଷୀରେ ମୁନିଗୁଡା ପୁଲିସ ଷ୍ଟେସନ, ବ୍ଲକ, ଏସଡିପିଓ ଅଫିସ, ତହସିଲ, ବନଖଣ୍ଡ କାର୍ଯ୍ୟାଳୟ, ଜିଲ୍ଲା କୃଷି ସୂଚନା କେନ୍ଦ୍ର, ମୁନିଗୁଡା କଲେଜ, ସମସ୍ତ ପଞ୍ଚାୟତ ଅଫିସ, ବିଜୁପଟ୍ଟନାୟକ ଯୁବ ପରିଷଦ, ବିଜେଡି ଦଳ ଓ ଗଣମାଧ୍ୟମ ସଂଗଠନ ତରଫରୁ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା। ସେହିପରି ମୁନିଗୁଡାର ଅଧିକାଂଶ କ୍ୱାରେଣ୍ଟାଇନ ସେଣ୍ଟର, ଅମ୍ବାଦଳାର ସାମନ୍ତ ମହାବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବାଲିଜୋଡୀ ସେବାଶ୍ରମ, ପୁଲିସ ଷ୍ଟେସନ, ଶିବାଜୀ କ୍ଲବ ଓ ବନପାଳଙ୍କ କାର୍ଯ୍ୟାଳୟରେ ଉତ୍କଳ ସଙ୍ଗୀତ ଗାନ ହୋଇଛି।

ଏହି ଅବସରରେ ମୁନିଗୁଡା ବଣିକ ସଙ୍ଘ ତରଫରୁ ମୁନିଗୁଡ଼ାରେ କରୋନା ସଂକ୍ରମଣ ସଚେତନତାରେ ନିୟୋଜିତ ପୁଲିସ, ସ୍ୱାସ୍ଥ୍ୟ କର୍ମୀ, ଡାକ୍ତର, ବିଡ଼ିଓ, ତହସିଲଦାର, ସମସ୍ତ ବିଭାଗୀୟ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ସରପଞ୍ଚ ଓ ଚେୟାରମ୍ୟାନଙ୍କୁ ଚନ୍ଦନ ତିଳକ ଲଗାଇ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏ ନେଇ ବଣିକ ସଂଘର ଏହି ଭଲପାଇବା, ସହଯୋଗ ଓ ଉତ୍ସାହ ଆଗାମୀ ଦିନରେ ଆମମାନଙ୍କୁ ଆହୁରି ଅଧିକା କର୍ମତତ୍ପର କରିବ ବୋଲି ବିଡ଼ିଓ ଦିଲ୍ଲୀପ କୁମାର ବେହେରା, ପୁଲିସ ଉପ ଆରକ୍ଷୀ ଅଧିକ୍ଷକ ଚନ୍ଦ୍ରଶେଖର ହୋତା, ଆଇଆଇସି ରାଜେନ୍ଦ୍ର ପ୍ରସାଦ ଦେହୁରୀ, ତହସିଲଦାର ଦେବାଶିଷ ଗୌଡ଼, ମେଡିକାଲ ଅଫିସର ଡ଼. ସଂଜୀବ କୁମାର, ଗଣମାଧ୍ୟମ ପ୍ରତିନିଧିମାନେ ବଣିକ ସଂଘର ଭାଇମାନଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ।