‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ମିଳିଲା ଉପଯୁକ୍ତ ମାନ୍ୟତା: ଧର୍ମେନ୍ଦ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତକୁ ରାଜ୍ୟ ସଂଗୀତ ମାନ୍ୟତା ମିଳିବାରେ ଖୁସି ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ସେ ଟ୍ୱିଟରେ ଏକ ପୋଷ୍ଟ କରି କହିଛନ୍ତି ଯେ, ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଂଗୀତ ମାନ୍ୟତା ମିଳିବା ଏକ ଖୁସି ଖବର। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଓଡ଼ିଆଙ୍କ ମନରେ ଦେଶାତ୍ମକବୋଧର ମଞ୍ଜି ଭରିଥିଲା ବନ୍ଦେ ଉତ୍କଳ ଜନନୀ ସଂଗୀତ। ବର୍ତ୍ତମାନ ଏହାକୁ ରାଜ୍ୟ ସଂଗୀତ ଘୋଷଣା କରି ଏହାକୁ ଉପଯୁକ୍ତ ମାନ୍ୟତା ଦିଆଯାଇଥିବା କହିଛନ୍ତି।