କଦଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଶରୀରରେ କ୍ଷୁଧା ନିବାରଣ କରିଥାଏ ଏବଂ ଚର୍ବି କମ୍ କରିଥାଏ। କାରଣ ଏଥିରେ ସ୍ୱାସ୍ଥ୍ୟକର ଫ୍ୟାଟ୍ ଥାଏ ଯାହା ଆମ ଶରୀରରେ ଜମିନଥାଏ ଏବଂ ଓଜନ ବଢ଼ାଇଥାଏ କିନ୍ତୁ ମେଦବହୁଳତାକୁ କମ୍ କରିଥାଏ। ବାସ୍ ଏହାକୁ ଖାଇବାର ଠିକ୍ ଉପାୟ ଏବଂ ସମୟ ଜଣାଥିବା ଆବଶ୍ୟକ। ଅଧିକାଂଶ ଲୋକେ ସକାଳେ ଅଫିସ୍ ଯିବାବେଳେ ଖାଲି ପେଟରେ କଦଳୀ ଖାଇ ଦେଇଥାନ୍ତି। ବିଶେଷଜ୍ଞଙ୍କ ମତରେ ଖାଲି ପେଟରେ କଦଳୀ ଖାଇବା ଅନୁଚିତ୍।
କଦଳୀରେ ପୋଟାସିୟମ୍,ଫାଇବର ଏବଂ ମ୍ୟାଗ୍ନେସିୟମ ଭରପୂର ମାତ୍ରାରେ ଥାଏ । ଏହା ସହ କଦଳୀ ଏସିଡଯୁକ୍ତ ହୋଇଥାଏ ଏବଂ ବିଶେଷଜ୍ଞମାନେ କହିଥାନ୍ତି ଯେ ଖାଲି ପେଟରେ ଏସିଡଯୁକ୍ତ ଖାଦ୍ୟ ପଦାର୍ଥ ସେବନ କରିବା ଦ୍ୱାରା ପାଚନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ। ଏଥିପାଇଁ ଖାଲି ପେଟରେ ଜମା କଦଳୀ ଖାଆନ୍ତୁ ନାହିଁ।