ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବଡ଼ମାଲ ବନଖଣ୍ଡ ମାକ୍ରି ଗାଁରେ ଆଜି ୭୪ତମ ବନମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଟିଟିଲାଗଡ଼ ବନ ବିଭାଗ ରେଞ୍ଜର ଲିଙ୍ଗରାଜ ଭୋଇ ଯୋଗଦେଇ ଗଛ ଲଗାଇବା ଦ୍ୱାରା ପରିବେଶ ସୁନ୍ଦର, ସ୍ୱଚ୍ଛତା ଓ ମଣିଷ ସମାଜକୁ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଦେଉଛି ବୋଲି ମତବ୍ୟକ୍ତ କରିଥିଲେ । ବଡ଼ମାଲ ଫରେଷ୍ଟର ପ୍ରିୟଙ୍କା ପୋଢ଼, ଫରେଷ୍ଟର ସୁରେନ୍ଦ୍ର ମହାରଣା, ବିପିନ ସାହୁ, ତପସ୍ୱିନୀ ରଣା, ନମିତା ତାଣ୍ଡି, ରଞ୍ଜିତା ପୋଢ଼, ସୁନିତା ମୁଣ୍ଡା, ଜ୍ୟୋତି ରଞ୍ଜନ ବଗର୍ତ୍ତି, ଶଙ୍କର ଭୋଇ, ସୁମନ ମନହୀରା ଓ ପୂଜା ରାନୀ ସେଠ ପ୍ରମୁଖ ଉପସ୍ଥିତ ଥିଲେ ।