ଆଉ ଗୋଟିଏ ଦିନ ବଢିଲା ବାଲିଯାତ୍ରା

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଗତ ନଭେମ୍ବର ୧୨ ତାରିଖରୁ ଆରମ୍ଭ ହୋଇଥିବା କଟକର ଐତିହାସିକ ବାଲିଯାତ୍ରାର ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ପ୍ରଥମେ ୮ ଦିନ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି ମେଳା ୯ ଦିନ ଚାଲିବ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମହାନଦୀର କୂଳରେ ଆୟୋଜିତ ହେଉଥିବା ଦେଶର ଏହି ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା ବାଲିଯାତ୍ରା ଏଥର ନଅ ଦିନ ·ଲିବ । ଅର୍ଥାତ୍ ଏହା ୧୯ ତାରିଖ ବଦଳରେ ୨୦ ତାରିଖରେ ଶେଷ ହେବ ।

ସୂଚନା ଅନୁଯାୟୀ, ଚଳିତ ବର୍ଷ ରାଜ୍ୟ ସରକାର ବାଲିଯାତ୍ରାକୁ ରାଜ୍ୟ ସ୍ତରୀୟ ଉତ୍ସବର ମାନ୍ୟତା ପ୍ରଦାନ କରିଛନ୍ତି । ଏଣିକି ବାଲିଯାତ୍ରା ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇଦେବେ । ସେହିପରି ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଚିଠି ଲେଖି ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ଐତିହ୍ୟ ଉତ୍ସବ ମାନ୍ୟତା ଦେବାକୁ ଅନୁରୋଧ କରି ଚିଠି ଲେଖିଥିଲେ । କଟକର ଏହି ଐତିହାସକ ବାଲିଯାତ୍ରାରେ ଏବର୍ଷ ବି ଲୋକଙ୍କ ଭିଡ଼ ଜମୁଥିବା ଦେଖିବାକୁ ମିଳିଛି।