କନ୍ଧମାଳ,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏ ମୁଖ୍ୟ କିରାଣୀ ବସନ୍ତ କୁମାର ପାଣି। ସିକ୍ୟୁରିଟି ଟଙ୍କା ଫେରାଇବା ପାଇଁ ଠିକାଦାରଙ୍କ ନିକଟରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଛି। ସୂଚନା ପ୍ରକାରେ ଠିକାଦାର ପଦ୍ମଚରଣ ପାଣିଗ୍ରାହୀଙ୍କ ସିକ୍ୟୁରିଟି ଟଙ୍କା ବିଭାଗରେ ଥିଲା ସେହି ଟଙ୍କା ଫେରସ୍ତ ନେବାପାଇଁ କିରାଣୀଙ୍କ ନିକଟକୁ ଯାଇଥିଲେ ଠିକାଦାର। ବିଲ୍ କରାଇଦେବାକୁ ପୂର୍ବରୁ ୨ ହଜାର ଟଙ୍କା ଦେଇଥିବା ବେଳେ ଆଉ ୬ ହଜାର ଟଙ୍କା ଦେଲେ ବିଲ୍ ହେବ ବୋଲି କହିଥିଲେ କିରାଣୀ ବସନ୍ତ ପାଣି।
ଆଜି କାର୍ଯ୍ୟାଳୟରେ ବକେୟା ୬ ହଜାର ଟଙ୍କା ଦେବାବେଳେ ଫୁଲବାଣୀ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ ବର୍ତ୍ତମାନ କିରାଣିଙ୍କ ନିଜ ବାସ ଭବନରେ ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାୟକଙ୍କ ନେତୃତ୍ବରେ ଏକ ୫ଜଣିଆ ଟିମ୍ ପକ୍ଷରୁ ଚଢ଼ଉ ଜାରି ରହିଛି।