କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ ଆତ୍ମହତ୍ୟା

ବାଲିଗୁଡା,ଏନ୍ଏନ୍ଏନ୍: କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବଡଗାଁସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଅସ୍ଥାୟୀ କୋଭିଡ଼ ସ୍ୱାସ୍ଥ୍ୟକେନ୍ଦ୍ର ରେ ଜଣେ ହାଇଦ୍ରାବାଦ ଫେରନ୍ତା ପ୍ରବାସୀ ଓଡ଼ିଆ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ତୁମୁଡିବନ୍ଧ ଥାନା ବୁଡ଼େଲ ପଦର ଗାଁର ସମ୍ପୂର୍ଣ୍ଣ ମାଝୀ ବୋଲି ଜଣାପଡିଛି।  ବାଲିଗୁଡା ପୁଲିସ ଓ ଉପଖଣ୍ଡ ପ୍ରଶାସନ ମାଜିଷ୍ଟ୍ରେଟ ତଥା ଉପ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ପ୍ରମୁଖଙ୍କ ଉପସ୍ଥିତରେ ଶବ ବ୍ୟବଚ୍ଛେଦ କରିବାପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଜ଼ିଲ୍ଲାପାଳ ଶ୍ରୀନନ୍ଦଙ୍କ ସୂଚନା  ଅନୁସାରେ, ମୃତକ ଜଣକ କୁର୍ତ୍ତମଗଡ ସଙ୍ଗରୋଧ କେନ୍ଦ୍ରରେ କିଛିଦିନ ରହିବାପରେ ଗାଁକୁ ଫେରିଥିଲେ, ଘରେ କିଛିଦିନ ରହିବାପରେ ପୁଣି ସ୍ୱାସ୍ଥ୍ୟ ଖରାପ ହେବାରୁ ଗତ ୧୬ ତାରିଖ ଦିନ ବାଲିଗୁଡାସ୍ଥିତ ବଡ଼ଗାଁ କୋଭିଡ଼ କେୟାର ହସ୍ପିଟାଲକୁ ଅଣାଯାଇ ଚିକିତ୍ସା ଚାଲିଥିଲା ଓ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଥିଲେ ବି ରିପୋର୍ଟ ଆସିନାହିଁ । ମାନସିକ ଭାରସାମ୍ୟ ହରାଇ ବେକରେ  ବେଡ଼ସିଟ ଲଗାଇ ଆତ୍ମହତ୍ୟା କରିଛି। ମୃତଦେହ ମିଳିଥିବା ଏକ ଘରେ ସୁଇସାଇଡ ନୋଟ ମିଳିଛି। ସେଥିରେ ସେ ଅତ୍ୟଧିକ ଭୟଭୀତ ରହିଥିବା ସହ ଈଶ୍ୱରଙ୍କ ପାଖକୁ ଯିବାକୁ ଚାଁହୁଛି ବୋଲି ଉଲ୍ଲେଖ ରହିଛି।

ଏହା କାରୋନା ଜନିତ ମୃତ୍ୟୁ ନୁହେଁ ବୋଲି ଉପ ଜ଼ିଲ୍ଲାପାଳ  କହିଛନ୍ତି। ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ କୋଭିଡ କିଟ ଦିଆଯାଇ ସାମାଜିକ ଦୂରତା ରକ୍ଷାକରି ବାଲିଗୁଡାରେ ଶବ ସଂସ୍କାର କରାଯାଇଛି। ପରିବାରର ଆର୍ଥିକ ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି , ରେଡକ୍ରଶ ପାଣ୍ଠି ଓ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି।