ବାଲିଗୁଡା ବିଧାୟକଙ୍କ ସ୍ମାର୍ଟ ସ୍କୁଲ ପରିଦର୍ଶନ

କ.ନୂଆଗାଁ,ଏନ୍ଏନ୍ଏସ୍: ଗତକାଲି ଅଚାନକ ବାଲିଗୁଡା ବିଧାୟକ ଚକ୍ରମଣି କଂହର ସାରଙ୍ଗଡ଼ ସ୍ମାର୍ଟ ସ୍କୁଲ ପରିଦର୍ଶନ କରିଥିଲେ। ବିଧାୟକଙ୍କ ସହ କ.ନୂଆଗାଁ ବ୍ଲକ୍‌ ଗୋଷ୍ଠୀ ଉନୟନ ଅଧିକାରୀ, ଜୁନିଅର ଇଞ୍ଜିନିଅର, ଆସିଷ୍ଟାଣ୍ଟ ଇଞ୍ଜିନିଅର, କ.ନୂଆଗାଁ ବ୍ଲକ୍ ଅଧକ୍ଷା ସୁଲୋଚନା ଦଳବେହେରା ପରିଦର୍ଶନରେ ଆସିଥିଲେ। ଆଗରୁ ବହୁବାର ସ୍ମାର୍ଟ ସ୍କୁଲ ନିର୍ମାଣରେ ଅନିୟମିତତା, ଖରାପ କାମ ଜାଲିଆତି ହେଉଥିବା ଅଭିଯୋଗ କରାଯାଇଥିଲା। ବିଦ୍ୟାଳୟର କୌଣସି କାମ ଠିକ ରୂପେ କରାଯାଇ ନାହିଁ। ସ୍ମାର୍ଟ ସ୍କୁଲ ପାଇଁ ସରକାରୀ ଅନୁଦାନ କେତେ ଟଙ୍କା ଆସିଛି ସେ ବିଷୟରେ କିଛି ତଥ୍ୟ ନାହିଁ କିମ୍ବା ସୂଚନା ଫଳକ ନାହିଁ। ବିନା ସୂଚନା ଫଳକ ଓ ବିନା ଯୋଜନାରେ କାମ ଚାଲିଛି। ପାଚେରୀ ଗୁଡାକ ମରାମତି ନକରି ଲାଗି ରହିଥିବା ଶିଉଳି ବାହାର ନକରି ଚୂନ ଦିଆଯାଇଛି।

ପୁରୁଣା ବିଦ୍ୟାଳୟର ଆଜିବେଷ୍ଟ ବାହାର ନକରି କଲର ମାରି ଦିଆଯାଇଛି। ପୁରୁଣା ଶୌଚାଳୟ ଗୁଡିକ ମରାମତି ମଧ୍ୟ ହୋଇନାହିଁ। ଅଧାରୁ ଅଧିକ ପାଚେରୀ ଜରାଜୀର୍ଣ୍ଣ ଅବସ୍ଥାରେ। ପୁରାପୁରି ଦେଖିବାକୁ ଗଲେ ଏହା ସ୍ମାର୍ଟ ସ୍କୁଲ ପରି ଲାଗୁନାହିଁ। ସରକାର ଶିକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏଠାରେ ସ୍ମାର୍ଟ ସ୍କୁଲ ନାମରେ ହରିଲୁଟ ଚାଲିଛି। ଏଠାରେ ଗ୍ରାମବାସୀଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ବିନା ସୂଚନା ଫଳକରେ କିପରି କାମ ଚାଲିଛି ନା ପ୍ରଶାସନ ଓ ଠିକାଦାରର ମଧୁଚନ୍ଦ୍ରିକାରେ ଏହି କାମ ଚାଲିଛି।

ମାର୍ଚ୍ଚ ପାଞ୍ଚ ତାରିଖ ପୂର୍ବରୁ କାମ ସାରିବା କଥା ଏପର୍ଯ୍ୟନ୍ତ କାମ ସରିନାହିଁ। ଏ ବିଷୟରେ ସମସ୍ତ ଅଭିଯୋଗ କାଲି ପରିଦର୍ଶନରେ ଆସିଥିବା ବାଲିଗୁଡା ବିଧାୟକ ଓ ବିଡ଼ିଓଙ୍କୁ ଅବଗତ କରାଯାଇଛି।