ଏସସିବିରେ ଚିକିତ୍ସିତ ବଳିଆ ଅବସ୍ଥା ସଙ୍କଟାପନ୍ନ

କଟକ,ଏନ୍ଏନ୍ଏସ୍: କଟକରେ ଏସସିବିରେ ଚିକିତ୍ସିତ ହେଉଥିବା ବଳିଆରସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଛି। ଏ ନେଇ ଏସ୍‌ସିବି ପକ୍ଷରୁ ଦିଲ୍ଲୀ ଏମ୍ସକୁ ଚିଠି ଲେଖି ଦୁଇ ଜଣ ବିଶେଷଜ୍ଞଙ୍କୁ ପଠାଇବା ପାଇଁ ନିବେଦନ କରାଯାଇଛି। ବିଶେଷକରି ନ୍ୟୁରୋ ସର୍ଜନ୍‌ ଦୀପକ ଗୁପ୍ତା ଓ ପେଡିଆଟ୍ରିକ ଆଇସିୟୁ କେୟାର ମୁଖ୍ୟ ରାକେଶଲୋଧୀଙ୍କୁ ଏସସିବି ପଠାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏ ସମ୍ପର୍କରେ ଏସ୍‌ସିବି ଅଧୀକ୍ଷକଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ତେବେ ଗତ ୭ତାରିଖରେ ଜଗା ବଳିଆ ଦିଲ୍ଲୀ ଏମ୍ସରୁ କଟକ ଏସସିବିକୁ ଆସିଥିଲେ। ଏହି ପରିପ୍ରେକ୍ଷୀରେ ଦୁଇଦିନ ତଳେ ଜଗାର ଛାତିରେ କଫ ଜମିବାରୁ ସେ ଅସୁସ୍ଥ ହୋଇପଡ଼ିଥିଲା। ଫଳରେ ତାକୁଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଇଥିଲା।