ଚୋରା ଚାଲାଣ ରୋକିବାକୁ ରାସ୍ତା ଖୋଳିଦେଲେ ତହସିଲ କର୍ତ୍ତୃପକ୍ଷ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ଦୁର୍ଗାଦେଇପୁର ବାଲିଘାଟରୁ ବାଲି ଚୋରା ଚାଲାଣ ରୋକ୍ ଲଗାଇବା ପାଇଁ ବାଲି ଘାଟ ରାସ୍ତାକୁ ତହସିଲ କର୍ତ୍ତୃପକ୍ଷ ଖୋଳି ଦେଇଛନ୍ତି। ଦୁର୍ଗାଦେଇପୁର ବାଲିଘାଟର ନିଲାମି ସରିଥିବାବେଳେ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ ଚାଲିଥିବାରୁ ନିଲାମଧାରୀଙ୍କୁ ତାହା ହସ୍ତାନ୍ତର କରାଯାଇନାହିଁ। ତେଣୁ ବାଲିଘାଟରୁ ହେଉଥିବା ଚୋରାଚାଲାଣକୁ ବନ୍ଦ କରିବା ପାଇଁ ନିଲାମକାରୀଙ୍କ ପକ୍ଷରୁ ଦିଆଯାଇଥିବା ଦରଖାସ୍ତକୁ ବିଚାର କରି ଜେସିବି ସାହାଯ୍ୟରେ ରାସ୍ତାକୁ ଖୋଳାଯାଇଥିବା ତହସିଲଦାର ଶିବପ୍ରସାଦ ମୁର୍ମୁ ସୂଚନା ଦେଇଛନ୍ତି।