ବିଜେପିର ୧୩ ଜଣିଆ ଟିମ ଗଠନ : ହେବିୱେଟଙ୍କ ହାତରେ ପ୍ରଚାର ଦାୟିତ୍ୱ

ବାଲେଶ୍ଵର, ଏନ୍ଏନ୍ଏସ୍ : ବାଲେଶ୍ୱର ସଦର ଉପନିର୍ବାଚନ ଦଳୀୟ ପ୍ରଚାର ପ୍ରସାର ପାଇଁ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର ଏକ ୧୩ ଜଣିଆ କମିଟି ଗଠନ କରିଛନ୍ତି। ଉକ୍ତ କମିଟିର ଅଧ୍ୟକ୍ଷ ଭାବେ  ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ମନୋନୀତ କରାଯାଇଛି। ଏଥିରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବଡସାହି ବିଧାୟକ ସନାତନୀ ବିଜୁଳି, ଭୋଗରାଇ ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ଜଳେଶ୍ୱର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମହାନ୍ତି, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଦାସ, ସୋର ବିଧାୟକ ପ୍ରାର୍ଥୀ ରାକେଶ ମଲ୍ଲିକ, ସିମୁଳିଆ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ବିଜେପି ରାଜ୍ୟ ପ୍ରବକ୍ତା ଠାକୁର ରଞ୍ଜିତ ଦାସ, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଉକ୍ତ କମିଟି ନୀରିକ୍ଷଣରେ ଦଳ ତାର ଉପନିର୍ବାଚନରେ ପ୍ରଚାର ଓ ପ୍ରସାରର ରଣନିତୀ ପ୍ରସ୍ତୁତ କରିବ ବୋଲି ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମହାପାତ୍ର କହିଛନ୍ତି।