ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଆଜି ହଠାତ ପାଟଣାଗଡ଼ ଗସ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମେଡିକାଲ ଯାଇ ପ୍ରଥମେ ରକ୍ତ ଭଣ୍ଡାରକୁ ବୁଲି ଦେଖି କର୍ମଚାରୀଙ୍କୁ ତାଗିଦ କରିଥିଲେ । ପରେ ମେଡିକାଲର ବିଭିନ୍ନ ୱାର୍ଡକୁ ଯାଇ ବୁଲି ଦେଖିଥିଲେ ଏବଂ ରୋଗୀଙ୍କ ସୁବିଧା-ଅସୁବିଧା ପଚାରି ବୁଝିଥିଲେ । ରୋଗୀମାନେ ବେଡସିଟ ମିଳିନଥିବା ନେଇ ଜିଲ୍ଲାପାଳଙ୍କଠାରେ ଅଭିଯୋଗ କରିଥିଲେ । ଏଥିସହିତ ସ୍ଥାନୀୟ ମେଡିକାଲ ଅଫିସର ନଥିବାରୁ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିଥିଲେ । ପରେ ଦାୟିତ୍ୱରେ ଥିବା ଡାକ୍ତର ସୁବ୍ରତ ମେହେର ଆସିଥିଲେ । ଏହି ଡାକ୍ତରଖାନାରେ ଥିବା ବାଥରୁମଗୁଡ଼ିକ ଠିକ ଭାବେ ପରିସ୍କାର ହେଉନଥିବା ଜିଲ୍ଲାପାଳଙ୍କୁ ଜନସଧାରଣ ଅଭିଯୋଗ କରିବାରୁ ସେ ବିରକ୍ତି ପ୍ରକାଶ କରି କର୍ମଚାରୀଙ୍କୁ କଡ଼ା ଭାଷାରେ ଗାଳି ଦେଇଥିଲେ । ବର୍ତ୍ତମାନ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇ ଆସନ୍ତା ୭ଦିନ ମଧ୍ୟରେ ପରିଷ୍କାର କରିବା ପାଇଁ କହିଥିଲେ । ଏହି ସମୟରେ ପାଟଣାଗଡ଼ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ଉପସ୍ଥିତ ଥିଲେ ।