ବକ୍ରିଦ ପାଇଁ କଟକଣା କୋହଳ ନିର୍ଦ୍ଦେଶକୁ ଆଇଏମଏ ବିରୋଧ

  • ଥିରୁଭନନ୍ତପୁରମ: ବକ୍ରିଦ ପର୍ବ ପାଇଁ କରୋନା କଟକଣାରେ କୋହଳ କରିଛନ୍ତି ସରକାର। ରାଜ୍ୟ ସରକାରଙ୍କର ଏପରି ନିର୍ଦ୍ଦେଶକୁ ବିରୋଧ କରିଛି ଭାରତୀୟ ମେଡିକାଲ ସଂଘ (ଆଇଏମ୍ଏ)। ଯଦି ରାଜ୍ୟ ସରକାର ଏହି ନିର୍ଦ୍ଦେଶକୁ ପ୍ରତ୍ୟାହାର ନକରନ୍ତି ତେବେ ସଂଘ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବୋଲି ଆଇଏମ୍ଏ କହିଛି।
    ଏନେଇ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାଇ ଦିଆଯାଇଛି। କରୋନା ସଂକ୍ରମଣ ସମୟରେ ଇଦ-ଅଲ୍-ଅଧା ଓ ବକ୍ରିଦ୍ ପାଇଁ ଲୋକଙ୍କୁ ଗୋଟିଏ ସ୍ଥାନରେ ଭିଡ଼ ଜମାଇବା ପାଇଁ ରାସ୍ତା ଖୋଲିଦେବା ଉଚିତ୍ ନୁହେଁ। ଏପରି ନକରିବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି ଆଇଏମ୍ଏ।
    ଜୁଲାଇ ୨୦ ତାରିଖରେ ବକ୍ରିଦ ଥିବାରୁ କେରଳ ସରକାର କରୋନା କଟକଣାରେ କେତେକ କୋହଳ କରିଛନ୍ତି। ରବିବାର ଠାରୁ ୩ ଦିନ ନିୟମ କୋହଳ କରାଯାଇଛି। ଦେଶର ଏବେବି କେତେକ ରାଜ୍ୟରେ ଅଧିକ କରୋନା ସଂକ୍ରମଣ ଚିହ୍ନଟ ହେଉଛି। ତେଣୁ ଧାର୍ମିକ କାର୍ଯ୍ୟକ୍ରମ ପାଇଁ କରୋନା କଟକଣା କୋହଳ କରାଯିବା କଥା ନୁହେଁ ବୋଲି ଆଇଏମ୍ଏ କହିଛି।