ବଜ୍ରକାପ୍ତା ଚାଲାଣ ବେଳେ ୨ଜଣଙ୍କୁ କାବୁ କଲା ଏସଟିଏଫ୍

ସୋନପୁର, ଏନ୍ଏନ୍ଏନ୍: ସୋନପୁର ଜିଲ୍ଲା ମହାନଦୀ ବ୍ରିଜ୍ ନିକଟସ୍ଥ ରାଜାକୋଠି ନିକଟରେ ଏସଟିଏଫ୍ ଚଢ଼ଉ କରି ଗୋଟିଏ ବଜ୍ରକାପ୍ତା ଓ କାତି ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି। ଗିରଫ ୨ ଜଣ ହେଲେ ଉଲୁଣ୍ଡାର ସୋମନାଥ ବାଗ ଓ ମାର୍ସାଲାନ ଭେଙ୍ଗେରା। ସେମାନଙ୍କ ଠାରୁ ୫ କିଲୋ ୬୫ ଗ୍ରାମ ବଜ୍ରକାପ୍ତା କାତି ଏବଂ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି। ଏହାସହିତ ବଜ୍ରକାପ୍ତା ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି। ଜବତ ବଜ୍ରକାପ୍ତା ଏବଂ କାତିକୁ ପରୀକ୍ଷା ପାଇଁ ଡେରାଡୁନ୍ ସ୍ଥିତ ୱାଇଲଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆକୁ ପଠାଇଯାଇଛି।