ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ରାୟଗଡା,ଏନ୍ଏନ୍ଏସ୍: ରାୟଗଡା ଜିଲ୍ଲା ମୁନିଗୁଡା ବନବିଭାଗ ଦ୍ୱାରା ବିରଳ ପ୍ରଜାତିର ଏକ ବଜ୍ରକାପ୍ତା ଉଦ୍ଧାର ହେବ ସହ ଜଣକୁ ଗିରଫ କରାଯାଇଛି । ପଙ୍କାଳଗୁଡି ସଂରକ୍ଷିତ ଜଙ୍ଗଲରୁ ଏକ ବଜ୍ରକାପ୍ତା ଆଣି ମୁଦିଗୁଡ଼ା ଗ୍ରାମର କାସୁ ଦିବକା ନିଜ ଘରେ ରଖିଥିବା ଖବର ପାଇ ମୁନିଗୁଡା ବନ ବିଭାଗ ଦ୍ଵାରା ଚଢ଼ଉ କରି ଉକ୍ତ ବଜ୍ରକାପ୍ତା କୁ ଉଦ୍ଧାର କରିବାସହ କାସୁକୁ ଗିରଫ କରାଯାଇଛି ।

ଉଦ୍ଧାର ମାଈ ବଜ୍ରକାପ୍ତାଟିର ବୟସ ୧୦ବର୍ଷରୁ ଉର୍ଦ୍ଧ ହୋଇଥିବା ବେଳେ ତାହାର ଲମ୍ବା ୯୫ ସେମି ରହିଛି । ତେବେ ବଜ୍ରକାପ୍ତାର ଚିକିତ୍ସା ପରେ ଏହାକୁ ନନ୍ଦନକାନରେ ଛାଡିବାର ବ୍ୟବସ୍ତା କରାଯାଉଥିବା ଏସିଏଫ୍ ଅଲେଖଚନ୍ଦ ସାମଲ ପ୍ରକାଶ କରିଛନ୍ତି।