୧୪ରେ ବଜାରକୁ ଆସିବ ବଜାଜ୍ ଚେତକ୍ ଇଲେକ୍ଟ୍ରିକ୍ ସ୍କୁଟର୍

ନୂଆଦିଲ୍ଲୀ: ଚଳିତବର୍ଷ ବଜାର ପ୍ରବେଶ କରିବାକୁ ଥିବା ବହୁପ୍ରତୀକ୍ଷିତ ସ୍କୁଟର୍ ମଧ୍ୟରେ ବଜାଜ୍ ଚେତକ୍ ଇଲେକ୍ଟ୍ରିକ୍ ସ୍କୁଟରର ନାଁ ମଧ୍ୟ ସାମିଲ ରହିଛି। ହେଲେ ଯାତ୍ରୀମାନଙ୍କୁ ଏହି ସ୍କୁଟର୍ ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ କମ୍ପାନୀ ପକ୍ଷରୁ ଏହାର ବଜାର ପ୍ରବେଶ ତାରିଖ ଘୋଷଣା କରାଯାଇଛି। ଗତବର୍ଷ ଅକ୍ଟୋବର ୧୬ରେ ଜାରି କରାଯାଇଥିବା ଏହି ଇଲେକ୍ଟ୍ରିକ୍ ସ୍କୁଟରଟିକୁ ଆସନ୍ତା ୧୪ ତାରିଖରେ ବଜାର ପ୍ରବେଶ କରାଯିବ। ସର୍ବପ୍ରଥମେ ଏହାକୁ ପୁନେରେ ବିକ୍ରି କରାଯିବ। ଏହାପରେ ବେଙ୍ଗାଲୁରୁ ଏବଂ ଅନ୍ୟ ମେଟ୍ରୋ ସହରରେ ଉପଲବ୍ଧ କରାଯିବ।

ବଜାଜ୍ ଚେତକ୍ ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ୧.୨୦ ଲକ୍ଷ ଟଙ୍କା ଆଖପାଖରେ ରହିବା ନେଇ ଅନୁମାନ କରାଯାଉଛି। ପ୍ରାରମ୍ଭରେ କମ୍ପାନୀ ଏହାକୁ କେଟିଏମ୍ ଶୋ’ରୁମ୍ରେ ବିକ୍ରି କରିବ। ପରେ ଧିରେଧିରେ ଏହାର ବିକ୍ରି ପାଇଁ ନୂତନ ଡିଲରଶିପ୍ ସୃଷ୍ଟି କରାଯିବ। ବଜାରରେ ବଜାଜ୍ ଚେତକ୍ ସ୍କୁଟର ଓକିନାୱା ଆଇ-ପ୍ରେଜ୍ ଏବଂ ଅଥର ୪୫୦ ଭଳି ସ୍କୁଟରକୁ ଟକ୍କର ଦେବ। ବଜାଜ୍ ପକ୍ଷରୁ ଏହି ଚେତକ୍ କୁ ଇଲେକ୍ଟ୍ରିକ୍ ବ୍ରାଣ୍ଡ୍ ଅର୍ବାନାଇଟ୍ ଅନ୍ତର୍ଗତ ପ୍ରସ୍ତୁତ କରାଯାଇଛି।