ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ତଥା ପୁଣ୍ୟ କ୍ଷେତ୍ର ହରିଶଙ୍କର ଠାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଶନିବାର ଆରମ୍ଭ ହୋଇଯାଇଛି। ଏହି ଅବସରରେ ପ୍ରଥମେ ବିଶ୍ୱ ଶାନ୍ତି ଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପାପନାସିନି ଝରଣାରୁ କଳସ ଶୋଭାଯାତ୍ରାରେ ପାଣି ଆଣି ମନ୍ଦିର ପରିସରରେ କଳସ ସ୍ଥାପନ କରାଯାଇଥିଲା। ଶଙ୍ଖ, ଘଣ୍ଟ ସହ ପବିତ୍ର ବେଦ ମନ୍ତ୍ରରେ ଝରଣା କୂଳ ଉଛୁଳି ଉଠୁଥିଲା। ଯଜ୍ଞ କର୍ତ୍ତା ରୂପେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ ଓ ତାଙ୍କ ପତ୍ନୀ ଶ୍ରୀଲଗ୍ନା ଶ୍ରୀସମ୍ବିତା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପାଟଣାଗଡ଼ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ, ବ୍ଲକ୍ ଅଧକ୍ଷା ନିରୁପମା ପଟେଲ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଜିପିଇଓ ସୁଶାନ୍ତ କୁମାର ପାଣି, ଏଡ଼ିଡବ୍ଲ୍ୟୁଓ ଦୀପ୍ତିମନ୍ତ ଭୋଇ, ନିର୍ବାହୀ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୁରିଆ, ନାନ୍ଦୁପଲା ସରପଞ୍ଚ ନିଳେନ୍ଦ୍ରି ପୁଝାରି, ମହରାପଦର ସରପଞ୍ଚ ସୁମତି ପଧାନ, ନନ୍ଦୁପଲା ସମିତି ସଭ୍ୟ ଦେବକାନ୍ତ ପାଣିଗ୍ରାହୀ, କନିଷ୍ଠ ଯନ୍ତ୍ରୀ ସରିତା କୁଜୁରୁ, ସୂର୍ଯ୍ୟଭାନୁ ମେହେର, ମନ୍ଦିର ପରିଚାଳନା କମିଟି ଅଭୟ ତ୍ରିପାଠୀ, ପଞ୍ଚୁଦେବ ସାହୁ, ଶଶୀ ପୁଝାରୀ, ରୋହିତ ମେହେର, ବିପ୍ର ବିଶି, ସବ୍କମିଟି ସଦସ୍ୟ ଜ୍ୟୋତିରଞ୍ଜନ ପଣ୍ଡା, ସଢାନନ ଭୋଇ, ପ୍ରହଲ୍ଲାଦ ଚାନ୍ଦ, ଇନ୍ଦ୍ରମଣି ସାହୁ, ଜୟକୃଷ୍ଣ ସାହୁ ମନ୍ଦିର ପରିଚାଳକ ଗୁପ୍ତେଶ୍ଵର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି କୁଲୁତା ଯୁବ ସମାଜ ଓ ଭୁଲିଆ ସମାଜ ପକ୍ଷରୁ ମାଗଣା ଅନ୍ନଛତ୍ରକୁ ପାଟଣାଗଡ଼ ବିଧାୟକ ସରୋଜ ମେହେର ଯୋଗଦେଇ ଉଦଘାଟନ କରିଥିଲେ। ସେହିପରି ଅପରାହ୍ଣରେ ବିଭିନ୍ନ ବିଭାଗ ଦ୍ୱାରା ପ୍ରଦର୍ଶିତ ପ୍ରଜ୍ଞାପନ ମେଢ଼କୁ ମଧ୍ୟ ବିଧାୟକ ଉଦଘାଟନ କରିଥିଲେ। ଏହି ଅବସରରେ ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମ ତଥା ହରିଶଙ୍କର ମହୋତ୍ସବକୁ ମୁଖ୍ୟ ଅତିଥି ରୁପେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ ଉଦଘାଟନ କରିଥିଲେ।
ସମ୍ମାନିତ ଅତିଥି ରୁପେ ସମସ୍ତ ଜନପ୍ରତିନିଧି ମାନେ ଯୋଗଦେଇଥିଲେ। ଏହି ଅବସରରେ ମନ୍ଦିର ପରିସର ପ୍ରଥମ ମଞ୍ଚରେ ସଂସ୍କୃତିକ କାର୍ଯ୍ୟକ୍ରମ ଓଡିଶୀ ନୃତ୍ୟ, ଶ୍ରୀକ୍ଷେତ୍ର ଭଜନ, ଟିଟିଲାଗଡ଼, ଲୋକନୃତ୍ୟ ସାତ କୁଆଁରୀ, ପାଟଣାଗଡ଼, ଏବଂ ଦଣ୍ଡ ନୃତ୍ୟ ପରିବେଷଣ ହେଇଥିଲା। ସେହିପରି ଯାତ୍ରା ପଡିଆ ମଞ୍ଚରେ ଗୋଟିପୁଅ ନୃତ୍ୟ, ପୁରୀ, ଲୋକ ନୃତ୍ୟ, ଅର୍ଜୁନ ନନ୍ଦ ହାତୀସରା, ସୁର ସନ୍ଧ୍ୟା, ପାଟଣାଗଡ଼ ଏବଂ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ଉପଜିଲ୍ଲାପାଳ ଡ. ବିଜୟା ନନ୍ଦ ସେଠୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାମ୍ୱାଦିକ ଲାଷ୍ମୀକାନ୍ତ ମିଶ୍ର ଓ ବଳଭଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷରେ ପାଟଣାଗଡ଼ ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା ଧନ୍ୟବାଦ ଦେଇଥିଲେ।