ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦ୍ୱି-ଦ୍ୱିବସୀୟ ପୋଲାଣ୍ଡ ଗସ୍ତରେ ଅଛନ୍ତି। ବାଇଡେନ ଆଜି ବୋରିସରେ ପୋଲାଣ୍ଡ ରାଷ୍ଟ୍ରପତି ଆନ୍ଦ୍ରୋଜେଜ ଡୁଡାଙ୍କୁ ଭେଟିଛନ୍ତି । ଏହି ସମୟରେ ଉଭୟ ନେତା ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ମଧ୍ୟ ଆଲୋଚନା କରିଥିଲେ ।
ଦ୍ୱିପାକ୍ଷୀୟ ଆଲୋଚନା ସମୟରେ ବାଇଡେନ କହିଥିଲେ ଯେ, ଯୁଦ୍ଧର ଏହି ଘଡ଼ିରେ ପୋଲାଣ୍ଡ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ମୋତେ ଲାଗୁଛି କେବଳ ପୋଲାଣ୍ଡ ନୁହେଁ ବରଂ ସମସ୍ତ ନାଟୋ ଦେଶ ଦାୟିତ୍ୱ ନେବା ଉଚିତ । ଆମେରିକାକୁ ଅନ୍ୟ ୧ ଲକ୍ଷ ଲୋକଙ୍କ ପାଇଁ ନିଜ ସୀମାକୁ ଖୋଲି ନିଜ ଦାୟିତ୍ୱ ପୂରଣ କରିବା ଜରୁରୀ ।
ସୂଚନାଯୋଗ୍ୟ, ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଯୋଗୁ ପ୍ରାୟ ୩୫ ଲକ୍ଷ ଲୋକଙ୍କୁ ପୋଲାଣ୍ଡ ନିଜ ଭୂମିରେ ସ୍ୱୀକାର କରିଛି। ଯେଉଁଭଳି ଭାବେ ପୋଲାଣ୍ଡ ଲୋକ ୟୁକ୍ରେନିୟନ ନାଗରିକଙ୍କୁ ସହାୟତା କରୁଛନ୍ତି ବୈଶ୍ୱିକ ସ୍ତରରେ ତା’ର ପ୍ରଶଂସା ହେଉଛି ।