ଟ୍ରମ୍ପଙ୍କୁ ଟକ୍କର ଦେବେ ବାଇଡେନ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଡେମୋକ୍ରେଟିକ ପାର୍ଟି ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛିଡ଼ା କରିଛି। ଏଥିସହିତ ଆମେରିକାର ସବୁଠୁ ବଡ଼ ପଦ ପାଇଁ ତାଙ୍କ ମୁକାବିଲା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ହେବ। ବର୍ଣ୍ଣି ସେଣ୍ଡର୍ସ ନିଜ ପ୍ରାର୍ଥୀତ୍ୱ ଫେରାଇ ନେବା ପରେ ହିଁ ବାଇଡେନଙ୍କ ପଥ ପରିଷ୍କାର ହୋଇଥିଲା।

ବାଇଡେନ କହିଛନ୍ତି କି, ‘ଡେମୋକ୍ରେଟିକ ପାର୍ଟିର ସବୁଠୁ ପ୍ରତିଭାଶାଳୀ ଆଶାୟୀଙ୍କ ସହ ନାମାଙ୍କନ ପାଇଁ ମୁକାବିଲା କରିବା ମୋ ଲାଗି ବେଶ୍ ସମ୍ମାନର କଥା ଥିଲା। ଆମେ ଗୋଟିଏ ପାର୍ଟି ଭଳି ନିର୍ବାଚନ ଲଢ଼ିବାକୁ ଯାଉଥିବାରୁ ମୁଁ ଗର୍ବ ଅନୁଭବ କରୁଛି।’