‘ନିତିଦିନ’ ପକ୍ଷରୁ ବାହୁଡ଼ାଯାତ୍ରାର ସିଧା ପ୍ରସାରଣ କାଲି

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ମହାମାରୀ ପାଇଁ କଟକଣା ଜାରି ହୋଇଥିବାରୁ ଭକ୍ତମାନେ ପୁରୀ ବଡ଼ଦାଣ୍ଡକୁ ଯାଇପାରୁନାହାନ୍ତି। ଏଭଳି ସ୍ଥିତିରେ ଭକ୍ତମାନେ ଘରେ ରହି କିଭଳି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ, ତାକୁ ଦୃଷ୍ଟିରେ ରଖି ‘ନିତିଦିନ’ ଡିଜିଟାଲ’ ପକ୍ଷରୁ ବାହୁଡ଼ାଯାତ୍ରାର ସିଧାପ୍ରସାରଣ କରାଯିବ। ବୁଧବାର ସକାଳ ସାଢ଼େ ୭ଟାରୁ ପ୍ରସାରଣ ଆରମ୍ଭ ହେବ। ଏହି କର୍ଯ୍ୟକ୍ରମରେ ଧାରାବିବରଣୀ ପାଠ କରିବେ ପଣ୍ଡିତ କୃଷ୍ଣଚନ୍ଦ୍ର ଶତପଥୀ ଓ ପ୍ରକାଶଚନ୍ଦ୍ର ରାଉତ। ତିନି ଦିଅଁଙ୍କ ଯାତ୍ରା ପର୍ଯ୍ୟନ୍ତ ସମସ୍ତ ମୁହୂର୍ତ୍ତକୁ ସେ ଦର୍ଶକ ‘ନିତିଦିନ ଡିଜିଟାଲ’ ମାଧ୍ୟମରେ ନିତିଦିନ ଫେସ୍ବୁକ୍ ପେଜ୍ କିମ୍ବା ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ଦେଖିପାରିବେ।