ବାଲେଶ୍ୱର,ଏନ୍ଏନ୍ଏସ୍: ବାହାନଗା ଭୟାବହ ରେଳ ଦୁର୍ଘଟଣା ମାମଲାରେ ୭ଜଣଙ୍କୁ ନିଲମ୍ବିତ କରାଯାଇଛି । ଏଥିରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ୩ଜଣଙ୍କ ସମେତ ଷ୍ଟେସନ ମାଷ୍ଟର, ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟେନର ସାମିଲ ରହିଛନ୍ତି । ଏନେଇ ଦକ୍ଷିଣ ପୂର୍ବ ରେଳପଥ ଜିଏମ୍ ଅନୀଲ କୁମାର ମିଶ୍ରା ସୂଚନା ଦେଇଛନ୍ତି । ସମ୍ପୃକ୍ତ ଷ୍ଟାଫ ଆଲର୍ଟ ଥିଲେ ଦୁର୍ଘଟଣା ଟାଳି ହୋଇଥାନ୍ତା ବୋଲି ଶ୍ରୀ ମିଶ୍ରା କହିଛନ୍ତି ।
ସୂଚନାଯୋଗ୍ୟ, ଉକ୍ତ ମାମଲାରେ ସିବିଆଇ ପୂର୍ବରୁ ସିଗନାଲ ସେକ୍ସନ ଇଞ୍ଜିନିୟର ଅରୁଣ ମହନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଆମିର ଖାନ୍ ଓ ପପୁ କୁମାରଙ୍କୁ ଗିରଫ କରିଥିଲା । ସିବିଆଇ ଉପରୋକ୍ତ ୩ ରେଳ କର୍ମଚାରୀଙ୍କୁ ପୁଣିଥରେ ରିମାଣ୍ଡରେ ନେଇଛି । ଅନ୍ୟପଟେ ଷ୍ଟେସନ ମାଷ୍ଟରଙ୍କୁ ସମନ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ହାଜର ହୋଇନାହାନ୍ତି ।