ବାହାନଗା ସ୍କୁଲର ପୁନଃନିର୍ମାଣ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ୫-ଟି ଆଧାରରେ ବାହାନଗା ସ୍କୁଲ ପୁନଃନିର୍ମାଣ ହେବ । ସ୍କୁଲ ପରିସରରେ ଥିବା ପ୍ରାଥମିକ ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗାଯିବା ସହ ହାଇସ୍କୁଲର ପୁନଃନିର୍ମାଣ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ବାହାନଗା ଟ୍ରାଜେଡି ପରେ ମୃତଦେହ ସ୍କୁଲ ଘରେ ରଖାଯାଇଥିଲା । ଏହାପରଠୁ ପିଲାମାନେ ଭୟଭୀତ ହେଉଥିବାରୁ ପଦକ୍ଷେପ ନିଆଯାଇଛି ।