ବାଲେଶ୍ୱର,ଏନ୍ଏନ୍ଏସ୍: ବାହାନଗା ବଜାର ଷ୍ଟେସନର ନବୀକରଣ କରାଯିବ । ନବୀକରଣ ସହ ଆଧୁନୀକରଣ ମଧ୍ୟ କରାଯିବା ନେଇ ଦକ୍ଷିଣ ପୂର୍ବ ରେଳପଥ ଜିଏମ୍ ଅନୀଲ କୁମାର ମିଶ୍ରା ସୂଚନା ଦେଇଛନ୍ତି ।
ବାହାନଗା ବଜାର ଷ୍ଟେସନ ୨୦୦୩ରେ କାର୍ଯ୍ୟକ୍ଷମ ହୋଇଥିଲା । ଏଠାରେ ଲାଗିଥିବା ସବୁ ଯନ୍ତ୍ରପାତି ୨୦ ବର୍ଷ ପୁରୁଣା ହୋଇଗଲାଣି । ରେଲୱେ ଯନ୍ତ୍ରପାତିର ଆୟୁଷ ସର୍ବାଧିକ ୨୫ ବର୍ଷ ହୋଇଥାଏ । ଇତିମଧ୍ୟରେ ୨୦ ବର୍ଷ ବିତିଯାଇଥିବାରୁ ସବୁ ପୁରୁଣା ଯନ୍ତ୍ରପାତି ବଦଳାଇ ନୂଆ ଲାଗିବ । ରିଲେ ରୁମରୁ ସିଗନାଲିଂ ପଏଣ୍ଟ ପର୍ଯ୍ୟନ୍ତ ସବୁ ନବୀକରଣ କରାଯିବ । ଶୀଘ୍ର କାମ ଆରମ୍ଭ ହେବ ଏବଂ ସରିବାକୁ ୬ରୁ ୭ ମାସ ସମୟ ଲାଗିବ ବୋଲି ଶ୍ରୀ ମିଶ୍ରା କହିଛନ୍ତି ।