ସାମ୍ନାକୁ ଆସିଲା ଅପରେସନ ବାଗଦାଦିର ଭିଡ଼ିଓ

ୱାସିଂଟନ୍,ଏଜେନ୍ସି: ପେଣ୍ଟାଗନ ପକ୍ଷରୁ ଅପରେସନ ପକ୍ଷରୁ କିଛି ଦୃଶ୍ୟ ରିଲିଜ କରାଯାଇଛି। ଯେଉଁଥିରେ ଆମେରିକାର ସ୍ପେଶାଲ ଫେର୍ସ ପକ୍ଷରୁ ବାଗଦାଦିର ଆଡ୍ଡାରେ ରେଡ କରାଯାଇଛି। ସିରିଆରେ ଥିବା ବାଗଦାଦିର ଠିକଣା ଉପରେ ଚଢ଼ଉ କରାଯାଇଛି। ଉଭୟ ପାଶ୍ୱର୍କୁ ଘେରାବନ୍ଦି କରିବା ପରେ ୮ଜଣ କମାଣ୍ଡର ବାଗଦାଦର ଠିକଣାରେ ପଶୁଛନ୍ତି।

ସେନା ଓ ଆତଙ୍କାବାଦୀଙ୍କ ଗତିପଥ ଜାଣିବା ପାଇଁ ଆମେରିକା ସେନାପକ୍ଷରୁ ନିୟୋଜିତ ହୋଇଥିବା ଏକ ଡ୍ରୋନରେ ଏହି ଦୃଶ୍ୟ ରେକର୍ଡ଼ ହୋଇଛି। ଏହି ପରିପ୍ରେକ୍ଷୀରେ ୧୦ ସେକେଣ୍ଡର ଭିଡ଼ିଓ ରିଲିଜ ହୋଇଛି। ତେବେ ଆଗକୁ ଅପରେସନ ସମ୍ପର୍କରେ ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଯିବ ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି।

ଗତ ସପ୍ତାହରେ ଆତଙ୍କବାଦ ସଂଗଠନ ମୁଖ୍ୟ ଆଇଏସ୍ଆଇଏସ୍ ମୁଖ୍ୟ ଅବୁ ବକରଲ ବାଗଦାଦିର ମୃତ୍ୟୁ ହୋଇଥିଲା। ସିରିଆରେ ଲୁଚି ରହିଥିବା ଆତଙ୍କୀ ଆଡ୍ଡା ଉପରେ ଆମେରିକାର ସ୍ପେଶାଲ ଟାକ୍ସଫୋର୍ସ ଚଢ଼ଉ କରି ଆତଙ୍କବାଦୀ ଓ ତା’ର ମୁଖ୍ୟକୁ ନିପାତ କରିଥିଲା।