ବାଗଦାଦୀର ଭଉଣୀକୁ ଗିରଫ କଲା ତୁର୍କୀ ପୁଲିସ

ୱାଶିଂଟନ,ଏଜେନ୍ସି: ଆମେରିକାର ସ୍ୱତନ୍ତ୍ର ଅପରେଶନରେ ନିହତ ହୋଇଥିବା କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ ମୁଖ୍ୟ ଅବୁ ବକର ଅଲ୍‌-ବାଗଦାଦୀର ଭଉଣୀକୁ ମଙ୍ଗଳବାର ତୁର୍କୀ ପୁଲିସ ଗିରଫ କରିଛି। ଉତ୍ତର ସିରିୟା ସହର ଅଜାଜରୁ ବାଗଦାଦୀର ଭଉଣୀ ଓ ତା’ର ସ୍ୱାମୀ ଏବଂ ବୋହୂକୁ ମଧ୍ୟ ଗିରଫ କରାଯାଇଥିବା ତୁର୍କୀ ପୁଲିସ ଗିରଫ କରିବା ସହ ସେମାନଙ୍କୁ ପଚରାଉଚୁରା କରୁଥିବା ସୂଚନା ମିଳିଛି।


ତୁର୍କୀ ପକ୍ଷରୁ ରଏଟର୍ସକୁ ଦିଆଯାଇଥିବା ସୂଚନା ଅନୁସାରେ, ବାଗଦାଦୀର ଭଉଣୀ ରସମିୟା ଆବାଦ(୬୫)। ଅଜାଜ ସହରରେ ଚଢ଼ଉ ବେଳେ ତାକୁ ଗିରଫ କରାଯାଇଛି। ତେବେ ଗିରଫ ସମୟରେ ତା’ ସାଥୀରେ ତା’ର ୫ ସନ୍ତାନ ମଧ୍ୟ ଥିଲେ। ଆଇଏସର ଆଭ୍ୟନ୍ତରୀଣ କାର୍ୟ୍ୟ ସମ୍ପର୍କରେ ବାଗଦାଦୀର ଭଉଣୀ ନିକଟରେ ଗୁପ୍ତ ସୂଚନା ରହିଥିବା ଆଶଙ୍କା କରାଯାଉଛି। ତେଣୁ ପଚରାଉଚରା କରାଯାଇ ସେ ବିଷୟରେ ତଥ୍ୟ ହାସଲ କରାଯାଇପାରିବ ବୋଲି ତୁର୍କୀ ପକ୍ଷରୁ କୁହାଯାଇଛି।