ଭୁବେନଶ୍ବର,ଏନ୍ଏନ୍ଏସ୍: ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇଛନ୍ତି ଆନ୍ତର୍ଜାତିକ ମହିଳା ବ୍ୟାଡମିଣ୍ଟନ ଖେଳାଳି ଋତପର୍ଣ୍ଣା ପଣ୍ଡା। ପୁରସ୍କାର ବାବଦକୁ ନଗଦ ୫ ଲକ୍ଷ ଟଙ୍କା ଓ ମାନପତ୍ର ପାଇଛନ୍ତି ଋତପର୍ଣ୍ଣା। ସାଇକେଲ ଚାଳିକା ସ୍ୱସ୍ତି ସିଂ, ଫୁଟବଲ ଖେଳାଳି ପ୍ୟାରୀ ଖାଖାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବର୍ଦ୍ଧନା ସହିତ ଉଭୟଙ୍କୁ ୫୦ ହଜାର ଲେଖାଏଁ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଛି।
ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କୃତ କରିଥିଲେ ରାଜ୍ୟପାଳ ଗଣେଶୀ ଲାଲ। ଏଥିସହିତ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଉପସ୍ଥିତ ରହିଥିଲେ। ଇମ୍ଫା ଗ୍ରୁପର ଇମ୍ପାକ୍ତ ପକ୍ଷରୁ ପ୍ରଦାନ କରାଯାଇଛି ଏକଲବ୍ୟ ପୁରସ୍କାର।