ସାପକାମୁଡାରେ ଶିଶୁକନ୍ୟାର ମୃତ୍ୟୁ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଖମୁଆଁ ଗ୍ରାମର କୁସୁମସାହିରେ ଘଟିଛି ଅଘଟଣ। ସାପ କାମୁଡାରେ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁ କନ୍ୟା ହେଲେ ପାର୍ବତୀ ମୁଣ୍ଡା। ସୂଚନା ଅନୁସାରେ ଗତକାଲି ରାତିରେ ନିଜ ଜେଜେ ମାଙ୍କ ସହ ଶୋଇଥିବା ବେଳେ କୌଣସି ଏକ ବିଷଧର ସାପ କାମୁଡ଼ିଦେଇଥିଲା। ପରିବାର ଲୋକେ ତାଙ୍କୁ ପାଟଣା ମେଡିକାଲକୁ ଆଣିଥିଲେ। ମେଡିକାଲରେ ଡାକ୍ତର ଶିଶୁ କନ୍ୟାକୁ ମୃତ ଘୋଷଣା କରିଛନ୍ତି। ଶିଶୁକନ୍ୟାର ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।