ସ୍କୁଲ ପାଣିଟାଙ୍କିରେ ପଡ଼ି ଶିଶୁ ମୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ଶାନ୍ତିନଗରସ୍ଥିତ ଏକ ପ୍ଲେ ସ୍କୁଲ ପାଣିଟାଙ୍କିରେ ପଡ଼ି ସୋମବାର ଜଣେ ଶିଶୁ ର ମୃତ୍ୟୁ ହୋଇଛି । ମୃତ ଶିଶୁ ଜଣକ ଶାନ୍ତିନଗରର ରାଜକୁମାର ନାଏକଙ୍କ ଝିଅ ଲିଜା ନାଏକ (୬) ବୋଲି ଜଣା ପଡିଛି । ଖବରପାଇ ସ୍ଥାନୀୟ ବନ୍ଧବାହାଲ ଫାଣ୍ଡି ପୋଲିସ ପହଞ୍ଚି ନାବାଳିକାଙ୍କ ମୃତଦେହ ଉଦ୍ଧାରକରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଛି।

ପ୍ରକାଶଯୋଗ୍ୟ ଯେ ସ୍କୁଲ ପରିସରରେ ସିମେଣ୍ଟ ଓ ଇଟାରେ ତିଆରି ଏକ ଖୋଲା ପାଣିଟାଙ୍କି ରହିଛି । ପ୍ରାୟ ୪ ଫୁଟ ଉଚ୍ଛର ଏହି ପାଣିଟାଙ୍କି ଚତୁଃପାଶର୍‌ବରେ କୌଣସି ବାଡ ନ ଥିବା ବେଳେ ଏହା ଅସୁରକ୍ଷିତ ଭାବେ ମୁକୁଳା ପଡିଛି । ନାବାଳିକା ଜଣଙ୍କ ଟାଙ୍କି ନିକଟକୁ ଯାଇଥିବାବେଳେ ଏପରି ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି।