ଅଯୋଧ୍ୟା,ଏଜେନ୍ସି : ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଭୂମିପୂଜନ ଆରମ୍ଭ କରାଯିବ। ଏଥିପାଇଁ ମନିରାମ ଦାସ ଛାୱନୀ ୧ ଲକ୍ଷ ୧୧ ହଜାର ଲଡୁ ତିଆରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତ ଲଡୁକୁ ପ୍ରଭୁ ଶ୍ରୀରାମଙ୍କ ନିକଟରେ ଭୋଗ ଲଗାଇବେ ବୋଲି ଛାୱନୀ କହିଛନ୍ତି। ପରେ ଉକ୍ତ ଲଡୁକୁ ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବାଣ୍ଟି ଦିଆଯିବ। ଲଡୁ ପାଇଁ ଛାୱନୀ ବ୍ୟାଗ ପ୍ରସ୍ତୁତ କରିଛନ୍ତି। ଉକ୍ତ ବ୍ୟାଗରେ ଲଡୁ ପେଟି ସହିତ ଅଯୋଧ୍ୟା ଓ ରାମ ମନ୍ଦିର ସମ୍ପର୍କିତ ତିନୋଟି ପୁସ୍ତକ, ଶାଲ ସମେତ ଆହୁରି କିଛି ଜିନିଷ ରଖାଯିବ। ବିଗତ ଚାରିଦିନ ଧରି ଲଡୁ ତିଆରି ଚାଲିଛି ବୋଲି ଛାୱନୀଙ୍କର ଜଣେ କର୍ମଚାରୀ କହିଛନ୍ତି।