ଜୁନ ୧୦ରୁ ଆରମ୍ଭ ହେବ ଅଯୋଦ୍ଧା ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ

ନୂଆଦିଲ୍ଲୀ: ଅଯୋଦ୍ଧାରେ ବହୁପ୍ରତିକ୍ଷୀତ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ବୁଧବାରରୁ ଆରମ୍ଭ ହେବ। ଏହପୂର୍ବରୁ ‘ରୁଦ୍ରାଭିଷେକ’ କରାଯିବ। କୁବେରଟୀଲା ମନ୍ଦିରରେ ଆୟୋଜିତ ହେବାକୁ ଥିବା ଏହି ସମାରୋହରେ ଖୁବ୍ ଅଳ୍ପସଂଖ୍ୟକ ଲୋକ ସାମିଲ ହେବେ। ଏଥିଲାଗି ଏକ ଭବ୍ୟ ଭୂମିପୂଜା ଆୟୋଜିତ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଥିଲା କିନ୍ତୁ ଏବେ କରୋନାକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଛି।

ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ନୃତ୍ୟକ୍ଷେତ୍ର ଦାସଙ୍କ ପ୍ରବକ୍ତା ମହନ୍ତ କମଲ ନୟନ ଦାସ କହିଛନ୍ତି, ‘ମନ୍ଦିର ନିର୍ମାଣ କାର୍ଯ୍ୟ ଜୁନ ୧୦ରେ ଆରମ୍ଭ ହେବ। ଏହି ଅବସରରେ ଆମେ ଭଗବାନ ଶିବଙ୍କୁ ପୂଜା କରି ଭଗବାନ ରାମଙ୍କ ପରମ୍ପରା ପାଳନ କରିବୁ।’

ସୂଚନାଯୋଗ୍ୟ, ରାମ ଜନ୍ମଭୂମିରେ ଥିବା ଅସ୍ଥାୟୀ ରାମ ମନ୍ଦିର ୭୭ ଦିନ ପରେ ଖୋଲିବାକୁ ଯାଉଛି। ମନ୍ଦିର ସକାଳ ୮ଟାରୁ ଅପରାହ୍ଣ ଗୋଟାଏ ଏବଂ ପୁଣି ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାଯିବ। ଇତିମଧ୍ୟରେ ଭକ୍ତଙ୍କୁ ସମସ୍ତ କୋଭିଡ ଗାଇଡଲାଇନ ପାଳନ କରିବାକୁ ପଡ଼ିବ।