ଅଯୋଧ୍ୟା ରାୟ ପୂର୍ବରୁ ୟୁପି ସରକାରଙ୍କ କଟକଣା

ଉତ୍ତରପ୍ରଦେଶ,ଏଜେନ୍ସି: ଅଯୋଧ୍ୟା ରାମ ଜନ୍ମଭୂମି-ବାବରି ମସଜିଦ୍ ଜମି ବିବାଦ ଉପରେ ସୁପ୍ରିମକୋର୍ଟ ଫଇସଲା ଶୁଣାଇବାକୁ ଥିଲାବେଳେ ରାୟ ପୂର୍ବରୁ ଉତ୍ତରପ୍ରଦେଶ ସରକାର କେତେକ କଟକଣା ଜାରି କରିଛନ୍ତି। ସୋସିଆଲ ମିଡିଆରେ କୌଣସି ପ୍ରକାର ଅପମାନଜନକ ପୋଷ୍ଟ ନକରିବା ଲାଗି ଚେତାବନୀ ଦିଆଯାଇଛି। ଏହି ସମୟରେ କୌଣସି ବିଜୟ ଶୋଭାଯାତ୍ରା କରାଯାଇପାରିବ ନାହିଁ। ଅଯୋଧ୍ୟା ଜିଲ୍ଲା ମାଜିଷ୍ଟ୍ରେଟ୍ ଅନୁଜ କୁମାର ଝାଙ୍କ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି ହୋଇଛି। ଏହା ଡିସେମ୍ବର ୨୮ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଫେସବୁକ୍, ହ୍ୱାଟ୍ସ-ଆପ୍, ଟ୍ୱିଟର ଭଳି ସୋସିଆଲ ମିଡିଆରେ କୌଣସି ଆପତ୍ତିଜନକ ମତାମତ ପୋଷ୍ଟ କରାଯାଇପାରିବ ନାହିଁ। ଏହାକୁ ଧର୍ତ୍ତବ୍ୟ ଅପରାଧ ଭାବେ ବିଚାର କରାଯିବ। ଜନସାଧାରଣଙ୍କୁ ସେମାନଙ୍କ ବନ୍ଧୁବାନ୍ଧବ, ଆତ୍ମୀୟସ୍ୱଜନଙ୍କୁ ଏହି ନିର୍ଦ୍ଦେଶାବଳୀ ସମ୍ପର୍କରେ ଅବଗତ କରିବାକୁ ପରାମର୍ଶ ଦିଆଯାଇଛି। ଇତିମଧ୍ୟରେ ଅଯୋଧ୍ୟାରେ କୌଣସି ପ୍ରକାର ରାଲି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟାନ୍ କରାଯାଇଛି।