ଅଯୋଧ୍ୟା ରାମ ଜନ୍ମଭୂମି ଜମି ବିବାଦର ଶୁଣାଣିକୁ ନେଇ ୧୪୪ ଧାରା ଜାରି

ନୂଆଦିଲ୍ଲୀ,ଏଜେନ୍ସ: ଅଯୋଧ୍ୟା ରାମ ଜନ୍ମଭୂମିଜମିବିବାଦର ଶୁଣାଣି ଶେଷ ହେବାକୁ ଆଉ ୪ଦିନ ବାକିଥିବାବେଳେ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ସ୍ଥାନରେ୪୪ଧାରା ଜାରି କରାଯାଇଛି। ରାୟ ଆସିବା ପରେ ଉତ୍ତେଜନା ପ୍ରକାଶ ପାଇବା ଆଶଙ୍କାରେ ଏଭଳି ନିଷ୍ପତ୍ତି ହୋଇଥିବା ଜଣାଯାଇଛି।

ତେବେ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅକ୍ଟୋବର ୧୭କୁଶୁଣାଣିର ଶେଷ ତାରିଖ ଧାର୍ଯ୍ୟ କରିଛନ୍ତି। ଏ ନେଇ ଶୁଣାଣି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ସୋମବାର ୩୮ତମଶୁଣାଣି ଦିବସରେ ଆଜି ମୁସ୍ଲିମ ପକ୍ଷ ତାଙ୍କର ଯୁକ୍ତି ରଖିବେ ଓ ୨ଦିନ ପାଇଁ ହିନ୍ଦୁ ସମାଜ ଯୁକ୍ତି ଉପସ୍ଥାପନ କରିବେ। ପରେ ଅକ୍ଟୋବର ୧୬ ଓ ୧୭ରେ ଏ ନେଇ ତର୍ଜମା କରାଯିବ।

ତେବେ ବର୍ତ୍ତମାନ ଭାରତରେ ପର୍ବ ପର୍ବାଣୀ ସମୟ ଚାଲିଥିବାରୁ ଗଣ୍ଡଗୋଳକୁ ଲକ୍ଷ କରି ୧୪୪ଧାରା ଜାରି କରାଯାଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ ମଧ୍ୟସ୍ଥତାର ରାସ୍ତା ନ ବାହାରିବାରୁ ଅଗଷ୍ଟ ୬ରୁ ଦୈନିକ ଶୁଣାଣି ଆରମ୍ଭ ହୋଇଛି।