ଅଯୋଧ୍ୟା ଜମି ବିବାଦ : ଅକ୍ଟୋବର ସୁଦ୍ଧା ଯୁକ୍ତି ଉପସ୍ଥାପକ ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,ଏଜେନ୍ସି : ରାମ ଜନ୍ମଭୂମି – ବାବ୍ରି ମସଜିଦ ଜମି ମାଲିକାନା ମାମଲାର ଶୁଣାଣି କରୁଥିବା ସୁପ୍ରିମକୋର୍ଟଙ୍କ ପାଂଚଜଣିଆ ଖଣ୍ଡପୀଠ ଅକ୍ଟୋବର ୧୮ ତାରିଖ ସୁଦ୍ଧା ଏହି ମାମଲାର ଚୁକ୍ତି ଉପସ୍ଥାପନ କରିବାକୁ ସମୟ ଧାର୍ଯ୍ୟ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ରଜଂନ ଗୋଗାଇ କହିଛନ୍ତି।
ଚୁକ୍ତି ଉପସ୍ଥାପନ ଶେଷ କରିବାକୁ ଅନୁମାନିକ ସମୟସୀମା ଜଣାଇବାକୁ ମଙ୍ଗଳବାର ପ୍ରଧାନ ବିଚାରପତି ଗୋଗୋଇ ସଂପୃକ୍ତ ପକ୍ଷମାନଙ୍କୁ କହିଥିଲେ। ଚୁକ୍ତି ଉପସ୍ଥାପନ ଶେଷ କରିବାକୁ ଗୋଟିଏ ଆନୁମାନିକ ସମୟସାରଣୀ ବହାର କରି ଧାର୍ଯ୍ୟ କରିବା ପାଇଁ ଏକତ୍ର ବସିବାକୁ ମଙ୍ଗଳବାର ଖଣ୍ଡପିଠ ଓକିଲମାନଙ୍କୁ କହିଥିଲେ। ଭାରତର ପ୍ରଧାନ ବିଚାରପତି ଗୋଗୋଇ ନଭେମ୍ବର ୧୭ତାରିଖ ଦିନ ଅବସର ଗ୍ରହଣ କରିବେ। ବୁଧବାର ଶୁଣାଣି ଆରମ୍ଭ ହେବା ପରେ ସପୃକ୍ତ ପକ୍ଷମାନେ ଏହି ସମୟସାରଣୀ ଦାଖଲ କରିଥିଲେ। ଓକିଲମାନେ ସୂଚାଇଥିବା ସମୟସାରଣୀ କଥା ଅବଗତ ହେବାପରେ ଖଣ୍ଡପିଠ ଅକ୍ଟୋବର ୧୮ତାରିଖକୁ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।