ସେପ୍ଟେମ୍ବର ୧ରୁ ବଦଳିଯିବ ଆକ୍ସିସ ବ୍ୟାଙ୍କ ଚେକ୍ କ୍ଲିୟରିଂ ସିଷ୍ଟମ

  • ନୂଆଦିଲ୍ଲୀ: ଯଦି ଆପଣ ଆକ୍ସିସ୍ ବ୍ୟାଙ୍କ ଗ୍ରାହକ ତେବେ ଆପଣଙ୍କ ପାଇଁ ଏହା ଜରୁରୀ ଖବର। ୧ ସେପ୍ଟେମ୍ବରରୁ ଆକ୍ସିସ ବ୍ୟାଙ୍କରେ ଚେକ୍ କ୍ଲିୟରିଂ ସିଷ୍ଟମ ବଦଳିବାକୁ ଯାଉଛି। ଆକ୍ସିସ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଏସଏମଏସ୍ କରି ଏନେଇ ସୂଚନା ଦେଇଛି। ୧ ସେପ୍ଟେମ୍ବରରୁ ଚେକ୍ କ୍ଲିୟର ହେବାର ଗୋଟିଏ ୱାର୍କିଂ ଡେ ପୂର୍ବରୁ ପଜିଟିଭ୍ ପେ ଡିଟେଲ୍ସ ଦେବାକୁ ହେବ। ଏମିତି ନକଲେ ଆପଣଙ୍କ ଚେକ୍ ରିଟର୍ଣ୍ଣ ହୋଇଯିବ।
    ୧ ଜାନୁଆରୀ ୨୦୨୧ରୁ ଦେଶରେ ଚେକକୁ ନେଇ ନୂଆ ପଜିଟିଭ୍ ପେ’ ସିଷ୍ଟମ ଲାଗୁ ହୋଇଛି। ପଜିଟିଭ୍ ପେ ସିଷ୍ଟମ ଏକ ଅଟୋମେଟେଡ୍ ଫ୍ରଡ୍ ଡିଟେକ୍ସନ ଟୁଲ୍। ଆରବିଆଇ କହିଛି ଯେ, ଏହି ନିୟମକୁ ଲାଗୁ କରାଯିବା ପଛରେ ଉଦ୍ଦେଶ୍ୟ ଦେଉଛି ଚେକର ଅପବ୍ୟବହାରକୁ ରୋକିବା। ବ୍ୟାଙ୍କ ଏଥିପାଇଁ ଗ୍ରାହକଙ୍କୁ ଏସଏମଏସ୍ ପଠାଇଛି। ଗ୍ରାହକଙ୍କୁ ପଠାଯାଇଥିବା ମେସେଜରେ ଆକ୍ସିସ୍ ବ୍ୟାଙ୍କ କହିଛି ଯେ, ୧ ସେପ୍ଟେମ୍ବରରୁ ଯଦି ଆପଣ ଚେକ୍ କ୍ଲିୟରିଂ ଡେଟର ଗୋଟିଏ ୱର୍କିଂ ଡେ’ ପୂର୍ବରୁ ପଜିଟିଭ୍ ପେ ଡିଟେଲ୍ସ ଦେବେନି ତେବେ ୫ ଲକ୍ଷ ଟଙ୍କା ବା ଏହାଠୁ ଅଧିକର ଚେକ୍ ରିଟର୍ଣ୍ଣ ହୋଇଯିବ।