ଆବାସ ଯୋଜନା ପାଇଁ କଲସେଣ୍ଟର, ଏଣିକି ହିତାଧିକାରୀ ଫୋନ ଯୋଗେ ଅସୁବିଧା ଜଣାଇବେ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ପାଇଁ ଏହି କଲସେଣ୍ଟର ହେବ। ତେବେ ପ୍ରତି ଜିଲ୍ଲାରେ କଲସେଣ୍ଟର କରିବା ପାଇଁ ବିଭାଗୀୟ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।

ଏ ନେଇ ପ୍ରତି ଜିଲ୍ଲାର ପିଡ଼ି ଡିଆରଡିଏ ମାନଙ୍କୁ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି। ଏହାଦ୍ୱାରା ହୀତାଧିକାରୀଙ୍କ ସମସ୍ତ ସୁବିଧା ଯୋଗାଇ ଦିଆଯାଇ ପାରିବ ବୋଲି ଜଣାଯାଇଛି। ଏଥିରେ ଦୈନନ୍ଦିନ ଅତିକମରେ ୫୦ଜଣ ହିତାଧିକାରୀଙ୍କୁ କଲ ଯିବ। ହିତାଧିକାରୀଙ୍କୁ କେହି ହଇରାଣ କରୁଛନ୍ତି କି ଓ କିଏ ପିସି ମାଗୁଛନ୍ତି ସେ ନେଇ କଲରେ ପଚରାଯିବ।