କେସିଙ୍ଗା,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀଙ୍କ ତତ୍ତ୍ୱାବଧାନରେ ଚଳିତ ବର୍ଷ ଓଡ଼ିଶାରେ ଆୟୋଜିତ ହେଉଥିବା ପୁରୁଷ ହକି ବିଶ୍ୱକପ ୨୦୨୩ ନିମନ୍ତେ ଏକ ସଚେତନତା ଶୋଭାଯାତ୍ରା କେସିଙ୍ଗା କଲେଜରୁ ବାହାରି ଜଗନ୍ନାଥ ମନ୍ଦିର ଛକ ଓ ଆମ୍ବେଦକର ଛକ ଦେଇ କେସିଙ୍ଗା ସହର ପରିକ୍ରମା ପରେ କେସିଙ୍ଗା ମହାବିଦ୍ୟାଳୟ ରେ ପହଞ୍ଚିଥିଲା। ଏହିଅବସରରେ ଅଧ୍ୟକ୍ଷ ଶ୍ରୀ ପାଢ଼ୀ ହକି ବିଶ୍ୱକପ ୨୦୨୩ ଓ ରାଜ୍ୟ ସରକାର କିଭଳି ହକି ଖେଳ ଓ ଖେଳାଳୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି।
ସେ ଉପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ଏହି ସଚେତନତା ଶୋଭାଯାତ୍ରାରେ କେସିଙ୍ଗା ମହାବିଦ୍ୟାଳୟ ୧୫ ଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସାମିଲ ଥିଲେ। ଚଳିତ ହକି ବିଶ୍ୱକପ୍କୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଯୋଗଦେଇ ଭାରତୀୟ ଦଳକୁ ସପୋର୍ଟ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିଥିଲେ। ଏହି ସଚେତନତା ଶୋଭାଯାତ୍ରାକୁ ଏନ୍ସିସି ପ୍ରଶିକ୍ଷଣ ତଥା ଅଧ୍ୟାପକ ସତୀଶ ଚନ୍ଦ୍ର ଖମାରି ଓ ଏନ୍ସିସି ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ କରିଥିଲେ।