କୋରେନା ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାଶ୍ରିପଡ଼ା ଗ୍ରାମର ୨ ନମ୍ବର ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜି ଗାଁ କଲ୍ୟାଣ ସମିତି ଆନୁକୂଲ୍ୟରେ କରୋନା ସଚେତନତା ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହିଳା ସ୍ୱାସ୍ଥ୍ୟକର୍ମୀ ଲିଲି ନାଏକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ‘ଲକ୍ଷ୍ମୀ’, ‘ମା ଶାରଳା’ ଓ ‘ମା ବାଞ୍ଜିମାହା’ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ମାଶ୍ରିପଡା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ସତର୍କତା ବିଷୟରେ ଅଞ୍ଚଳବାସୀଙ୍କୁ ସଚେତନ କରିଥିଲେ।

କାର୍ଯ୍ୟକ୍ରମକୁ ଅଙ୍ଗନବାଡି କର୍ମୀ ବାସୁମତୀ ମଲ୍ଲିକ ପରିଚାଳନା କରିଥିବାବେଳେ ସମସ୍ତେ ମିଶି ମାଶ୍ରିପାଡା ଗାଁରେ ଥିବା ପୁକେର ସାହି ଓ ମଝିସାହି, ଅଙ୍ଗନବାଡି କେନ୍ଦ୍ର ପରିସର, ଉପସ୍ୱାସ୍ଥ୍ୟକେନ୍ଦ୍ର ପରିସର ଗାଁରେ ଥିବା ନଳକୂପ ପରିସରକୁ ସଫା କରିଥିଲେ। କାର୍ଯ୍ୟକ୍ରମରେ ଗାଁର ଅଙ୍ଗନବାଡି କର୍ମୀ, ଅଶାକର୍ମୀ, ସ୍ୱୟଂସହାୟକ ଗୋଷ୍ଠୀର ଚମ୍ପାବତୀ ମଲିକ, ସନାଦେବୀ ମଲିକ ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।