ଦକ୍ଷ ସାମ୍ବାଦିକଙ୍କୁ ମିଳିବ ‘ଆଇ ଆମ୍ ଦି ବେଷ୍ଟ’ ଆୱାର୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସାମ୍ବାଦିକତା କ୍ଷେତ୍ରରେ ନିଜକୁ ସମର୍ପିତ କରି ଯେଉଁମାନେ ଦକ୍ଷତାର ସହ ନିଜ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି, ସେମାନଙ୍କୁ ଦିଆଯିବ ‘ଆଇ ଆମ୍ ଦି ବେଷ୍ଟ’ ଓ ‘ନାମ୍ ତୋ ସୁନାହି ହୋଗା’ ଆୱାର୍ଡ। ତେବେ ସାମ୍ବାଦିକଙ୍କୁ ପ୍ରୋତ୍ସାହିତ କରିବା ଦିଗରେ ଏପରି ଆୱାର୍ଡ ଆମ ଟିଭି ଓ ମୋ ଖବର ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି।

ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ବୈଠକରେ ପ୍ରିଣ୍ଟ ଓ ବୈଦୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ଓ ଓଲିଉଡ୍ କଳାକାର ଯୋଗଦେଇଥିଲେ। ବିଭିନ୍ନ ସାମ୍ବାଦିକତା ସେବାରେ ନିୟୋଜିତ ଥିବା ସାମ୍ବାଦିକମାନଙ୍କ ଠାରୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ପ୍ରକାଶିତ ଓ ପ୍ରସାରିତ ଶ୍ରେଷ୍ଠ ସମ୍ବାଦ amatv.pranay@gmail.com or amatv.in(website) ପଠାଇବେ।

ପ୍ରତ୍ୟେକ ପର୍ଯ୍ୟାୟରେ ଶ୍ରେଷ୍ଠ ୩ ସାମ୍ବାଦିକଙ୍କୁ ‘ଆଇ ଆମ୍ ଦି ବେଷ୍ଟ’ ଓ ‘ନାମ୍ ତୋ ସୁନାହି ହୋଗା’ ବିଭାଗରେ ସମ୍ମାନିତ କରାଯିବ। ପୁରସ୍କାର ବାବଦକୁ ଅର୍ଥରାଶି ବ୍ୟବସ୍ଥା କରାଯାଇଛି।