ସୁଟିଂରେ କମାଲ କଲେ ଅଭନୀ ଲଖେରା, ପାରାଲିମ୍ପିକ୍ସରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ, ଡିସ୍‌କସ୍‌ରେ ଯୋଗେଶଙ୍କୁ ରୌପ୍ୟ

ଜାପାନ,ଏଜେନ୍ସି: ଟୋକିଓ ପାରାଲିମ୍ପିକ୍ସ ସୁଟିଂରେ ଭାରତ ପାଇଁ ଗୌରବ ଆଣିଛନ୍ତି ଅଭନୀ ଲଖେରା। ପ୍ରଥମ ପଦକ ଜିତି ଇତିହାସ ରଚିଛନ୍ତି ଅଭନୀ। ୧୯ ବର୍ଷୀୟ ସୁଟର ମହିଳା ୧୦ ମିଟର ଏୟାର ରାଇଫଲର କ୍ଲାସ୍ ଏସଏଚ-୧ରେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ଜୟପୁରର ଅବନୀ ଯୋଗ୍ୟତା ପର୍ଯ୍ୟାୟରେ ୨୧ ଜଣ ସୁଟରଙ୍କ ମଧ୍ୟରେ ସପ୍ତମ ସ୍ଥାନ ହାସଲ କରି ଏହି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିଲେ।

୬୦ଟି ସିରିଜରେ ୬ଟି ସ୍ଲଟ ପରେ ସେ ୬୨୧.୭ ସ୍କୋର କରିଥିଲେ। ଯାହା ଏହାକୁ ଶ୍ରେଷ୍ଠ ଆଠଟି ସୁଟର ମଧ୍ୟରେ ପହଞ୍ଚାଇବା ପାଇଁ ଯଥେଷ୍ଟ ଥିଲା। ଏହି ଭାରତୀୟ ସୁଟର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସ୍ଥିରତା ବଜାୟ ରଖିଥିଲେ। କ୍ରମାଗତ ୧୦ରୁ ଅଧିକ ସ୍କୋର କରିଥିଲେ। ଚାଇନାର ଝ୍ୟାଙ୍ଗ କୁଇପିଙ୍ଗ ଏବଂ ୟୁକ୍ରେନର ଇରିୟାନା ଶେଟନିକ୍ ପ୍ୟାରିଲିମ୍ପିକ୍ ଯୋଗ୍ୟତା ରେକର୍ଡ ୬୨୬.୦ ସହିତ ଇରିୟାନା ଶେଟନିକ୍ ପ୍ରଥମ ଦୁଇଟି ସ୍ଥାନ ନେଇଥିଲେ।

ଅଭନୀଙ୍କ ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସେମତ ଅନେକ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ଶୁଭକମନା ଦେଇଛନ୍ତି। ସୂଚନା ଥାଉକି, ରବିବାର ଭାବିନା ପଟେଲ ମହିଳା ସିଙ୍ଗଲ୍ସ ଟେବୁଲ୍ ଟେନିସରେ ରୌପ୍ୟ ପୁରୁଷ ହାଇ ଜମ୍ପ୍ ଇଭେଣ୍ଟରେ ନିଶାଦ କୁମାର ରୌପ୍ୟ ପଦକ ଜିତିଥିଲେ। ସେହିଭଳି ପୁରୁଷ ଡିସକସ ଥ୍ରୋରେ ଯୋଗେଶ କଥୁନିଆ ରୌପ୍ୟ ପଦକ ହାସଲ କରିଛନ୍ତି। ଏଫ୍-୫୬ ଯୋଗ୍ୟତାରେ ସେ ଏହି ସଫଳତା ହାସଲ କରିଛନ୍ତି।