ଭାରତର ଜ୍ୱାଇଁ ହେବାକୁ ଯାଉଛନ୍ତି ଅଷ୍ଟ୍ରେଲୀୟ କ୍ରିକେଟର

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଧୂଆଁଧାର କ୍ରିକେଟର ଗ୍ଲେନ ମ୍ୟାକ୍ସୱେଲ ଖୁବଶୀଘ୍ର ଭାରତର ଜ୍ୱାଇଁ ହେବାକୁ ଯାଉଛନ୍ତି। ମ୍ୟାକ୍ସୱେଲ ଗତବର୍ଷ ତାଙ୍କ ଭାରତୀୟ ଗାର୍ଲଫ୍ରେଣ୍ଡ ଗିନି ମେଗେନଙ୍କ ସହ ନିର୍ବନ୍ଧ କରିଥିଲେ। ମ୍ୟାକ୍ସୱେଲ ଓ ଗିନିଙ୍କ ନିର୍ବନ୍ଧରେ କେବଳ ପରିବାରବର୍ଗ ଓ କିଛି ଖାସ୍ ବନ୍ଧୁ ଉପସ୍ଥିତ ଥିଲେ। ଏହି ଉତ୍ସବରେ ମ୍ୟାକ୍ସୱେଲ ଭାରତୀୟ ପୋଷାକରେ ଖୁବ୍ ଆକର୍ଷଣୀୟ ଦିଶୁଥିଲେ।

ସୂଚନାଯୋଗ୍ୟ, ମ୍ୟାକ୍ସୱେଲ ଦ୍ୱିତୀୟ ଅଷ୍ଟ୍ରେଲୀୟ ଖେଳାଳି ଭାବେ ଭାରତର ଜ୍ୱାଇଁ ହେବାକୁ ଯାଉଛନ୍ତି। ମ୍ୟାକ୍ସୱେଲଙ୍କ ପୂର୍ବରୁ ୨୦୧୪ ମସିହାରେ ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ଶୋନ ଟେଟ ଭାରତୀୟ ଝିଅ ମାସୁମ ସିଂଘାଙ୍କୁ ବିବାହ କରିଥିଲେ।