ଅଟୋକୁ ଧକ୍କା ଦେଲା ଟ୍ରକ, ୨ ମୃତ, ୩ଗୁରୁତର

ଅନୁଗୁଳ:ଖମାରରୁ ପିଟିରି ଯାଉଥିବା ଏକ ଅଟୋ ସମଲ ଥାନା ନାଇକାନାଳି ନିକଟରେ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବାରୁ ୨ଜଣଙ୍କ ମୃତ୍ୟୁ ହୋଇଛି। ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ଖମାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।