ସିଡନୀରେ ଟେଷ୍ଟର ତୃତୀୟ ଦିନ: ଅଷ୍ଟ୍ରେଲିଆ ୧୯୭ ରନ୍‌ରେ ଆଗୁଆ

ସିଡନୀ,ଏଜେନ୍ସି: ଅଷ୍ଟ୍ରେଲିଆର ସିଡନୀ ଟେଷ୍ଟର ତୃତୀୟ ଦିବସରେ ଦ୍ୱିତୀୟ ଇନିଂସରେ ୨ଟି ୱିକେଟ ହରାଇ ୧୦୩ ରନ୍ କରିଛି। ଏଥିସହିତ ଅଷ୍ଟ୍ରେଲିଆ ଭାରତ ଠାରୁ ୧୯୭ ରନରେ ଆଗୁଆ ହୋଇଯାଇଛି। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୩୩୮ ରନ୍ କରିଥିଲା। ଏହାକୁ ଟାର୍ଗେଟ କରି ଭାରତ ତାର ପ୍ରଥମ ଇନିଂସରେ ୨୨୪ ରନ କରିଥିଲା।

ଆଜି ଖେଳର ତୃତୀୟ ଦିବସ ଶେଷ ସୁଦ୍ଧା ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ୍ ୨୯ ରନ୍ ଓ ମାର୍ନସ ଲାବୁଶେନ ୪୭ ରନ କରି ଅପରାଜିତ ରହିଛନ୍ତି। ସେହିପରି ଅଷ୍ଟ୍ରେଲିଆର ଡେବିଡ ୱାର୍ଣ୍ଣର ୧୩ ରନ୍ ଓ ବିଲ ପୁକୋବକ୍ସି ୧୦ ରନ୍ କରି ଆଉଟ ହୋଇଛନ୍ତି। ଭାରତର ରବିଚନ୍ଦ୍ରନ ଅଶ୍ୱିନ ଓ ମୋହମ୍ମଦ ସିରାଜ ଏହି ୨ଟି ୱିକେଟ ନେଇଛନ୍ତି।

ସ୍କୋର କାର୍ଡ:-
ଅଷ୍ଟ୍ରେଲିଆ

ପ୍ରଥମ ଇନିଂସ୍୩୩୮
ଦ୍ୱିତୀୟ ଇନିଂସ୍୧୦୩/୨
ଭାରତ-

ପ୍ରଥମ ଇନିଂସ୍୨୨୪