୧୫ ବର୍ଷ ପରେ ଫେରିଲା ହଜିଲା ପୁଅ

ଆଳି,ଏନ୍ଏନ୍ଏସ୍: ୧୫ ବର୍ଷ ପରେ ଆଜି ଘରକୁ ଫେରିଛି ପୁଅ। ଦେଖିବାକୁ ଗ୍ରାମରେ ଲୋକଙ୍କ ଭିଡ଼। ଆଳି ପତ୍ରପୁର ପଞ୍ଚାୟତ ରାଏସରପୁର ଗ୍ରାମର ଫକିର ମହାଳିକଙ୍କ ପୁଅ ଦୀନବନ୍ଧୁ ଜନ୍ମରୁ ମାନସିକ ବିକୃତ ଥିଲେ। ପ୍ରାୟ ୧୫ ବର୍ଷ ପୂର୍ବେ ଜଣେ ଚାଟ୍ ଦୋକାନୀଙ୍କ ସହିତ ମୁଳୁବସନ୍ତରେ କାମ କରୁଥିବା ବେଳେ ଚାଟ ଦୋକାନୀଙ୍କ ସହ ଯାତ୍ରା ଦେଖିବାକୁ ଯାଇ ସେଠାରୁ ନିଖୋଜ ହୋଇ ଯାଇଥିଲେ। ଗତକାଲି ସେ ପୁରୀ ଜିଲ୍ଲା ଗୋପ ଥାନା ଅନ୍ତର୍ଗତ ବଇରୀପୁର ଠାରେ ରମେଶ ପରିଡାଙ୍କ ଘରେ ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଆଜି ପରିବାର ଲୋକ ତାଙ୍କୁ ସରପଞ୍ଚ ପ୍ରତିନିଧି ସୁବ୍ରତ ବେହୁରାଙ୍କ ସହାୟତାରେ ଘରକୁ ଫେରାଇ ଆଣିଛନ୍ତି।