କୋଭିଡ ନିୟମ ଉଲ୍ଲଘଂନ କରି ୫ ଗିରଫ

ଆଳି,ଏନ୍ଏନ୍ଏସ୍: ଏକ ବିବାହ ଭୋଜିରେ ୫୦ରୁ ଅଧିକ ଲୋକ ଯୋଗଦେଇଥିବା ଅଭିଯୋଗରେ ୫ଜଣ ଗିରଫ ହୋଇଛନ୍ତି। ସୂଚନା ଅନୁସାରେ, ଜୁଆଣିଆ ଗ୍ରାମର ହରେକୃଷ୍ଣ ଧଳ ନାମକ ଜଣେ ଯୁବକ କିଛିଦିନ ପୂର୍ବେ ବିବାହ କରିବା ସହିତ ଗ୍ରାମରେ ସଭାକାର୍ଯ୍ୟ କରିଥିଲେ। ଏହି ବିବାହ ଓ ସଭାରେ ବହୁଲୋକ ଉପସ୍ଥିତ ଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ କୋଭିଡ ନିୟମ ଉଲ୍ଲଘଂନ ଆଇନ ଅନୁଯାୟୀ ଆଜି ପୁଲିସ ପକ୍ଷରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ରଞ୍ଜନ ଦେ ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁଲିସ ବର ହରେକୃଷ୍ଣ ଧଳ ଓ ତାଙ୍କ ସାଥୀ ପ୍ରଭାକର ସାମଲ, ସତ୍ୟଜିତ ମଲିକ, ରାମଚନ୍ଦ୍ର ରାଉତ, ରବୀନ୍ଦ୍ର ସାହୁଙ୍କୁ ଗିରଫ କରି ମାମଲା ରଜୁ କରି କୋଭିଡି ଆକ୍ଟ ଭାଉଲେସନ କରିବା ଅଭିଯୋଗରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି।